April 26, 2026

 

ଆଜି ବିଶ୍ୱ ମୃତ୍ତିକା ଦିବସ। ଏହି ଦିନଟିକୁ ପାଳନ କରିବା ପାଇଁ ୨୦୦୨ରେ ପ୍ରଥମେ ‘ଅନ୍ତର୍ଜାତୀୟ ମୃତ୍ତିକା ବିଜ୍ଞାନ ସ˚ଗଠନ’ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା। ଷାଠିଏ ହଜାର ମୃତ୍ତିକା ବିଜ୍ଞାନୀଙ୍କ ଦ୍ବାରା ଆଗତ ଏହି ପ୍ରସ୍ତାବକୁ, ବହୁ ବର୍ଷ ପରେ ୨୦୧୩ରେ ଜାତି ସ˚ଘର ସାଧାରଣ ପରିଷଦ ସ୍ବୀକୃତି ଦେଇଥିଲା।

ଜଳ, ବାୟୁ ଭଳି ମୃତ୍ତିକା ମଧ୍ୟ ଏକ ଜରୁରି ଆବଶ୍ୟକତା। ଏହା ଭଲ ଭାବେ ଜଣାଥିବା ସତ୍ତ୍ବେ ସଭ୍ୟତାର ବିକାଶ ସହ ମୃତ୍ତିକାର ବିନାଶ ଘଟିଚାଲିଛି। ମୃତ୍ତିକା କ୍ଷୟ ଯୋଗୁଁ ପରିବେଶ ସନ୍ତୁଳନ ବିଗାଡ଼ିବାର ଆଶଙ୍କା ପ୍ରକାଶ ପାଇଲାଣି। ଏହା ଦ୍ବାରା ଭବିଷ୍ୟତ୍‌ରେ କୃଷି ଓ ଖାଦ୍ୟ ନିରାପତ୍ତା ଗୁରୁତର ଭାବେ ପ୍ରଭାବିତ ହେବ। ଏ ବାବଦରେ ସଚେତନତା ସୃଷ୍ଟି କରିବା ଏହି ଦିବସ ପାଳନର ଲକ୍ଷ୍ୟ।

Spread the love