March 11, 2026

ଆହୁରି ୫ ଦିନ ଶୀତରେ ଥରିବ ଆଭ୍ୟନ୍ତରୀଣ ଓଡ଼ିଶା

 

ଭୁବନେଶ୍ୱର: ଆଗାମୀ ୫ ଦିନ ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତ ଜାରି ରହିବ। ଏହାସହ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ।

ଅନୁଗୁଳ, ଢେଙ୍କାନାଳ, ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ, ସୋନପୁର ଭଳି ଜିଲ୍ଲାର କିଛି ସ୍ଥାନରେ ମଧ୍ୟମ ଧରଣର କୁହୁଡ଼ି ହେବାର ସମ୍ଭାବନା ରହିଛି। ଏହି ସମୟରେ ଭିଜିବିଲିଟ୍ ମଧ୍ୟ କମ୍ ରହିପାରେ।

୮ଟି ଜିଲ୍ଲା ପାଇଁ ଆଜି ସକାଳ ୮ଟା ୩୦ ଯାଏ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଲା- ଭଦ୍ରକ, ଯାଜପୁର, କନ୍ଧମାଳ, ଜଗତସିଂହପୁର, କଟକ, ପୁରୀ, ଅନୁଗୁଳ ଏବଂ ଢେଙ୍କାନାଳ।

Spread the love