December 7, 2025

“ଲୋକଙ୍କ ସେବା କରିବାକୁ ଆମେ ଚାହୁଁ”

 

ଭୁବନେଶ୍ୱର: “ଭାରତୀୟ ଜନତା ପାର୍ଟି ଅନ୍ୟ ରାଜନୈତିକ ଦଳ ଠାରୁ ଭିନ୍ନ ହୁକୁୁମ ଚଳାଇବା ପାଇଁ ନୁହେଁ, ବରଂ ଲୋକଙ୍କ ସେବା କରିବା ପାଇଁ ବିଜେପି କ୍ଷମତାକୁ ଆସିବାକୁ ଚାହୁଁଛି”। ତେବେ ନିଜର ବ୍ରହ୍ମପୁରର ଗସ୍ତରେ ଆବସରରେ ଦଳୀୟ କର୍ମୀଙ୍କୁ କିଛି ଏପରି ସମ୍ବୋଧନ କରିଛନ୍ତି ବିଜେପି ରାଜ୍ୟ ପ୍ରଭାରୀ ଡ଼ି. ପୁରନ୍ଦେଶ୍ୱରୀ। ଏହାସହ ସେ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ବିକାଶମୂଳକ କାର୍ଯ୍ୟକୁ ଲୋକେ ପସନ୍ଦ କରିବା ସହ ଭାରତୀୟ ଜନତା ପାର୍ଟିକୁ ମଧ୍ୟ ଭଲପାଇବା ଦେଇଛନ୍ତି। ଆଗାମୀ ଦିନରେ ଏହି ଜାରି ରହିବ।

ଗତ କିଛିଦିନ ହେବ ଓଡ଼ିଶା ଗସ୍ତରେ ଥିବା ପୁରନ୍ଦେଶ୍ୱରୀ ବିଭିନ୍ନ ଜିଲ୍ଲା ଗସ୍ତ କରି ଜିଲ୍ଲା ସ୍ତରରେ ଦଳକୁ ସୁଦୃଢ଼ କରିବା ପାଇଁ ଉଦ୍ୟମ ଚଳାଇଛନ୍ତି। ଗତକାଲି ଫୁଲବାଣୀ ଯାଇ ଜିଲ୍ଲା ସାଙ୍ଗଠନିକ ବୈଠକରେ ସାମିଲ ହୋଇଥିଲେ। ତେବେ ଆଜି ବ୍ରହ୍ମପୁରରେ ଦଳୀୟ କର୍ମୀଙ୍କୁ ଉଦବୋଧନ ଦେବା ସହ ଦଳ କିପରି ଏକ ନମ୍ବର ସ୍ଥାନକୁ ଯିବ ସେ ନେଇ କର୍ମୀଙ୍କୁ ଦେଇଛନ୍ତି ଗୁରୁମନ୍ତ୍ର ।

ଆଇନମନ୍ତ୍ରୀଙ୍କ ବିରୋଧରେ କାହିଁକି ଏଯାଏଁ କାର୍ଯ୍ୟାନୁଷ୍ଠାନ ହୋଇନି ବୋଲି ଜାଣିବାକୁ ଚାହିଁଥିଲେ। ଡିଜିପିଙ୍କୁ ଭେଟି ଏ ନେଇ ପଚାରିଥିଲେ ବି ସନ୍ତୋଷଜନକ ଉତ୍ତର ପାଇନଥିବାରୁ କ୍ଷୁବ୍ଧ ହୋଇ ଧାରଣାରେ ବସିଥିଲେ। ପୋଲିସ ସେମାନଙ୍କୁ ବାଧାଦେବାରୁ ଧାରଣାସ୍ଥଳରେ ହୋଇଥିଲା ଧସ୍ତାଧସ୍ତି। ପୋଲିସ ଏତଲାରେ ନାଁ ଥିବା ୧୩ଜଣଙ୍କ ମଧ୍ୟରୁ ମାତ୍ର ୭ଜଣଙ୍କୁ ଗିରଫ କରାଯାଇଥିବାବେଳେ ମନ୍ତ୍ରୀ ପ୍ରତାପ ଜେନାଙ୍କ ସହ ଅନ୍ୟ ଅଭିଯୁକ୍ତଙ୍କୁ କେବେ ଧରାଯିବ ବୋଲି ପ୍ରଶ୍ନ କରିଥିଲେ। ତେବେ ମୋଟ ଉପରେ କହିବାକୁ ଗଲେ, ପୁରନ୍ଦେଶ୍ୱରୀଙ୍କ ଗସ୍ତରେ ସକ୍ରିୟ ହୋଇ ଉଠିଛନ୍ତି ରାଜ୍ୟ ବିଜେପି କର୍ମୀ ଓ ନେତା।

Spread the love