February 15, 2026

୨୪ ଘଣ୍ଟାରେ ୬୦ ଆକ୍ରାନ୍ତ ଚିହ୍ନଟ

 

ଭୁବନେଶ୍ୱର: ରାଜ୍ୟରେ ୨୪ ଘଣ୍ଟାରେ ପୁଣି ୬୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୩୬ ଜଣ କ୍ୱାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୨୪ ଜଣ ସ୍ଥାନୀୟ ଅଂଚଳରୁ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ସମ୍ପର୍କରେ ଟ୍ୱିଟ୍ କରି ସୂଚନା ଦେଇଛି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ।

ତେବେ ଗତ ୨୪ ଘଣ୍ଟାରେ ଅନୁଗୁଳ ଜିଲ୍ଲାରୁ ଜଣେ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୩ ଜଣ, ବରଗଡ଼ରୁ ୭ ଜଣ, କେନ୍ଦୁଝରରୁ ଜଣେ, ଖୋର୍ଦ୍ଧାରୁ ୮ ଜଣ, ମୟୂରଭଞ୍ଜରୁ ୨ ଜଣ, ନୂଆପଡ଼ାରୁ ୨ ଜଣ, ପୁରୀରୁ ୮ ଜଣ, ରାୟଗଡ଼ା‌ରୁ ୪ ଜଣ, କଟକରୁ ୩ ଜଣ, ଦେବଗଡ଼ରୁ ଜଣେ, ଗଜପତିରୁ ଜଣେ, ଜଗତ୍‌ସିଂହପୁରରୁ ଜଣେ, ଯାଜପୁରରୁ ଜଣେ,  ସମ୍ବଲପୁରରୁ ୬ ଜଣ, ସୋନପୁରରୁ ଜଣେ, ସୁନ୍ଦରଗଡ଼ରୁ ୮ ଜଣ ଓ ଷ୍ଟେଟ୍‌ପୁଲ୍‌ରୁ ୨ ଜଣ ଚିହ୍ନଟ ହୋଇଛନ୍ତି।
Spread the love