
ଭୁବନେଶ୍ବର : ଏକାମ୍ର କ୍ଷେତ୍ରରୁ ଏନଏମଏ ବାଇ ଲ’ ପ୍ରତ୍ୟାହାର ଦାବିରେ ଜାରି ରହିଛି ପ୍ରତିବାଦ । ମଙ୍ଗଳବାର ଲିଙ୍ଗରାଜ ମନ୍ଦିର ସମ୍ମୁଖରେ ଘଣ୍ଟା ନାଦ କରିଥିଲେ ସେବାୟତ। ମନ୍ଦିରରେ ଘଣ୍ଟ ଓ ଘଣ୍ଟାମାଡ଼ ଶୁଣିବାକୁ ମିଳିଥିଲା । ସକାଳ ୧୦ଟାରେ ଘଣ୍ଟ ବଜାଇ ପ୍ରତିବାଦ । ଏନଏମଏ ବାଇ ଲ’ ପ୍ରତ୍ୟାହାର ଦାବିରେ ଘଣ୍ଟାନାଦ କରାଯାଇଛି ।
ଶ୍ରୀଲିଙ୍ଗରାଜ ମନ୍ଦିର ଐତିହ୍ୟ କରିଡରକୁ ବାଧା ଦେବାକୁ ଆସିଥିବା ଚିଠା ବାଇ ଲ’କୁ ବିରୋଧ କରାଯାଉଛି । ଏହି ଉପନିୟମ ଦ୍ବାରା ଭୁବନେଶ୍ବରର ଦୁଇ ମନ୍ଦିର ପ୍ରଭାବିତ ହେବ । ଅନନ୍ତ ବାସୁଦେବ ଓ ବ୍ରହ୍ମେଶ୍ବର ମନ୍ଦିର ବାଇ ଲ’ ଦ୍ବାରା ପ୍ରଭାବିତ ହେବ । ଚିଠା ବାଇ-ଲ’ ପ୍ରତ୍ୟାହର କରିବାକୁ ଦାବି କରିଛନ୍ତି। ସେବାୟତମାନେ ମଧ୍ୟ ଚିଠା ବାଇ ଲ’କୁ ଦୃଢ଼ ବିରୋଧ କରିଛନ୍ତି । ତୁରନ୍ତ ଚିଠା ବାଇ ଲ’ ପ୍ରତ୍ୟାହାର ପାଇଁ ଅଡ଼ି ବସିଛନ୍ତି ।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍