March 10, 2026

ଏବେ ହେବ ନାହିଁ ପିପିଲି ନିର୍ବାଚନ

 

ପିପିଲି: ପୁଣି ସ୍ଥଗିତ ରହିଲା ପିପିଲି ଉପନିର୍ବାଚନ। କରୋନା ସଂକ୍ରମଣକୁ ନଜରରେ ରଖି ନିର୍ବାଚନକୁ ସ୍ଥଗିତ ରଖାଯାଇଥିବା ସୂଚନା ମିଳିଛି। ତେବେ ନିର୍ବାଚନ ସ୍ଥଗିତ ହେବା ନେଇ ଭାରତୀୟ ନିର୍ବାଚନ କମିଶନ ସୂଚନା ଦେଇଛନ୍ତି। ଆଗାମୀ ୧୬ ତାରିଖରେ ନିର୍ବାଚନ ହେବାକୁ ଥିଲା ପିପିଲିରେ। କେବଳ ଏତିକି ନୁହେଁ ଆଜି ମଧ୍ୟ ବାଲାଟ୍‌ ପେପରରେ ନିର୍ବାଚନ ଆରମ୍ଭ ହୋଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ କେବେ ନିର୍ବାଚନ ହେବ ସେନେଇ କୌଣସି ସୂଚନା ମିଳିନାହିଁ।

Spread the love