February 5, 2025

ପୂର୍ଣ୍ଣଚନ୍ଦ୍ର ଦାଶ ହେଲେ ରାଜ୍ୟ ୱେବ ମିଡ଼ିଆ ସଂଘ ସଭାପତି

ଡିଜିଟାଲ ମିଡ଼ିଆ ସେକ୍ଟରରେ ରାଜ୍ୟରେ କାର୍ଯ୍ୟରତ ୱେବ ମିଡ଼ିଆର ପ୍ରତିନିଧି ଏବଂ ପ୍ରତିଷ୍ଠାତା ମାନଙ୍କର ଏକ ରାଜ୍ୟ ସ୍ତରୀୟ ସଂଗଠନର ବୈଠକ ଅନୁଷ୍ଠିତ ହୋଇଯାଇଛି .

ରାଜ୍ୟ ୱେବ ମିଡ଼ିଆ ଆସୋସିଏସନ ନାମରେ ଆତ୍ମପ୍ରକାଶ କରିଥିବା ଏହି ସଂଗଠନରେ ରାଜ୍ୟ ସଭାପତି ଭାବରେ ପୂର୍ଣ୍ଣଚନ୍ଦ୍ର ଦାସ ଙ୍କୁ ସର୍ବ ସମ୍ମତି କ୍ରମେ ଚୟନ କରାଯାଇଛି ।

ଏ ନେଇ ଜୟଦେବ ଭବନ ନିକଟରେ ଆୟୋଜିତ ଏକ ଘୋଷଣା ପର୍ବରେ ଜଟଣୀ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ସୁରେଶ କୁମାର ରାଉତରାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସଭାପତିଙ୍କ ନାମକୁ ସର୍ବ ସମ୍ମୁଖରେ ଘୋଷଣା କରିଥିଲେ ।

କୋଭିଡ ଗାଇଡ଼ ଲାଇନ ଅନୁସାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରରେ କାର୍ଯ୍ୟରତ ୱେବ ମିଡ଼ିଆ ପ୍ରତିଷ୍ଠାତା ଓ ସାମ୍ବାଦିକ ବନ୍ଧୁମାନେ ଏକତ୍ର ହୋଇ ଉପସ୍ଥିତ ରହିବା ସହ ଏହାକୁ ସମର୍ଥନ କରିଥିଲେ ।

ୱେବ ମିଡ଼ିଆ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବନ୍ଧୁମାନଙ୍କ ସମ୍ମାନ, ସୁରକ୍ଷା ଓ ଅଧିକାର ପାଇଁ ଏହି ସଂଘ କାର୍ଯ୍ୟ କରିବ ବୋଲି ସଭାପତି ଘୋଷଣା କରିଛନ୍ତି । କରୋନା ମହାମାରୀ ସଂକ୍ରମଣ ତଥା ତାଲାବନ୍ଦ କଟକଣା ପାଇଁ କାର୍ଯ୍ୟକ୍ରମକୁ ସିମୀତ କରାଯାଥିବା ବେଳେ

ଆଗାମୀ ଦିନରେ ରାଜ୍ୟସ୍ତରୀୟ ସମାବେଶ କରାଯାଇ ବିଭିନ୍ନ ଜିଲ୍ଲା ସ୍ତରରେ ସଂଗଠନର ଶାଖା ସକ୍ରିୟ କରାଯିବ ବୋଲି ଅନୁଷ୍ଠାନର ଅନ୍ୟ ଉଦ୍ୟୋକ୍ତା ମାନେ ପ୍ରକାଶ କରିଛନ୍ତି ।

ୱେବ ସାମ୍ବାଦିକଙ୍କ ସମ୍ମାନ, ସୁରକ୍ଷା ଓ ଅଧିକାର ପାଇଁ କୌଣସି ବ୍ୟବସ୍ଥା ପ୍ରଶାସନ ପକ୍ଷରୁ କରାଯାଉନାହିଁ । ଯାହାକୁ ଦୃଷ୍ଟିରେ ରଖି ନିଜ ଅଧିକାର ପାଇଁ ଲଢେଇ କରିବାକୁ ଏ ସଂଘ ଗଠନ ହୋଇଛି ବୋଲି ସଭାପତି ଶ୍ରୀ ଦାସ କହିଛନ୍ତି ।

ନୂତନ ଭାବେ ସଭାପତି ଦାୟିତ୍ୱ ନେବା ପରେ ଶ୍ରୀ ଦାଶ କହିଥିଲେ ଯେ ଜଣେ ସାମ୍ବାଦିକ ତାର ପରିବାରକୁ ପଛ କରି ସମାଜ ସେବାରେ ଲାଗିଛନ୍ତି । ସତ୍ୟ ଖବର ପ୍ରସାରଣ କରିବା ସାମ୍ବାଦିକର ଧର୍ମ ଏଥିପ୍ରତି ସମସ୍ତେ ଗୁରୁତ୍ୱ ଦେବାକୁ ସେ ଅନୁରୋଧ କରିଥିଲେ ।

ଯେଉଁମାନେ ସମାଜ ପାଇଁ କାର୍ଯ୍ୟ କରୁଛନ୍ତି, ମହାମାରୀ ସମୟରେ ଘରୁ ବାହାରି ଖବର ସଂଗ୍ରହ କରୁଛନ୍ତି ସେମାନଙ୍କୁ ଅଣଦେଖା କରାଯିବ ଉଚିତ ନୁହେଁ ବୋଲି ମୁଖ୍ୟ ଅତିଥି ଶ୍ରୀ ରାଉତରାୟ ପ୍ରକାଶ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରରେ କାର୍ଯ୍ୟରତ ୱେବ ମିଡ଼ିଆ ମାଲିକ ଓ ସାମ୍ବାଦିକ ବନ୍ଧୁମାନେ କରୋନା କଟକଣାକୁ ପାଳନ କରି ଉପସ୍ଥିତ ଥିଲେ ।

ସଙ୍ଘର ଏପରି କାର୍ଯ୍ୟକୁ ବିଭିନ୍ନ ମହଲରୁ ଦୃଢ ସମର୍ଥନ କରାଯାଇଛି ।

ଭୁବନେଶ୍ୱର ରୁ ବ୍ୟୁରୋ ରିପୋର୍ଟ, ସତ୍ୟ ନ୍ୟୁଜ ଟୋଣ୍ଟି ଫୋର

Spread the love