February 15, 2026

ଆମେରିକା ଲାବୋରେଟୋରୀ ରିପୋର୍ଟ; ଉହାନରୁ ଲିକ୍‍ ହୋଇଥାଇପାରେ କୋଭିଡ-୧୯ ଭୂତାଣୁ

 

ୱାଶିଂଟନ: କୋଭିଡ-୧୯ ଭୂତାଣୁ ସଂକ୍ରମଣ କେଉଁଠାରୁ ବ୍ୟାପିଲା ତାହାର ତଦନ୍ତ କରି ତିନିମାସ ମଧ୍ୟରେ ରିପୋର୍ଟ ଦେବାକୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଦେଶର ତଦନ୍ତକାରୀ ସଂସ୍ଥାଗୁଡିକୁ ନିର୍ଦ୍ଦେଶ ଦେବାର କିଛିଦିନ ପରେ ଏବେ ସେ ସମ୍ପର୍କିତ ଏକ ରିପୋର୍ଟ ସାମନାକୁ ଆସିଛି। ଆମେରିକାର ସରକାରୀ ଜାତୀୟ ଲାବୋରେଟୋରୀ ପକ୍ଷରୁ ପ୍ରସ୍ତୁତ ରିପୋର୍ଟରେ କୁହାଯାଇଛି ଯେ ଚୀନର ଉହାନ ଲାବୋରେଟୋରୀରୁ କୋଭିଡ-୧୯ ଭୂତାଣୁ ଲିକ୍‍ ହୋଇଥିବା ସମ୍ଭାବନା ଅଧିକ ଯୁକ୍ତିଯୁକ୍ତ ମନେହେଉଛି। କାଲିଫର୍ଣ୍ଣିଆର ଲରେନ୍ସ ଲାଇଭମୋର ନ୍ୟାସନାଲ ଲାବୋରେଟୋରୀ ଦ୍ୱାରା ପ୍ରସ୍ତୁତ ରିପୋର୍ଟରେ ଏହା ଦର୍ଶାଯାଇଛି। ଅନ୍ୟପକ୍ଷରେ ଆମେରିକାର ତଦନ୍ତକାରୀ ସଂସ୍ଥାଗୁଡିକ ନିର୍ଣ୍ଣାୟକ ନିଷ୍ପତ୍ତିରେ ପହଞ୍ଚିବା ପାଇଁ ସେମାନଙ୍କର ତଦନ୍ତ ଜାରି ରଖିଛନ୍ତି।

Spread the love