July 12, 2025

ଭାରତ ଏବେ ବିଶ୍ୱର ନୂଆ ଅର୍ଥନୈତିକ ବିକାଶ ମଡେଲ୍‍ – ଡକ୍ଟର ହର୍ଷବର୍ଦ୍ଧନ

 

କମ୍‍ ପରିମାଣର ଅଙ୍ଗାରକାମ୍ଳ ନିର୍ଗମନ ଏବଂ ଅନ୍ତର୍ଭୁକ୍ତୀ ବିକାଶ କ୍ଷେତ୍ରରେ ଭାରତ ନୂଆ ଅର୍ଥନୈତିକ ମଡେଲ୍‍ ସୃଷ୍ଟି କରିବାରେ ପ୍ରମୁଖ ସ୍ଥାନ ହାସଲ କରିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ କହିଛନ୍ତି। ଗତକାଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସ୍ୱାସ୍ଥ୍ୟ ଏବଂ ଶକ୍ତି ଶୀର୍ଷକ ଅନୁଷ୍ଠିତ ଭର୍ଚୁଆଲ ବୈଠକକୁ ସମ୍ବୋଧନ କରିବା ଅବସରରେ ସେ ଏହା କହିଛନ୍ତି। ଏହି ବୈଠକରେ ବିଶ୍ୱବ୍ୟାଙ୍କ, ଜାତିସଂଘ ବିକାଶ କାର୍ଯ୍ୟକ୍ରମ, ଜାତିସଂଘ ମାନବିକ ପରିଷଦ ଏବଂ ଆନ୍ତର୍ଜାତିକ ନବୀକରଣ ଯୋଗ୍ୟ ଶକ୍ତି ସଂଗଠନର ପ୍ରତିନିଧିମାନେ ଯୋଗଦେଇଥିଲେ।

ଏହି ଅବସରରେ ଡକ୍ଟର ହର୍ଷବର୍ଦ୍ଧନ ସ୍ୱାସ୍ଥ୍ୟ ଏବଂ ଶକ୍ତି କ୍ଷେତ୍ରକୁ ଆହୁରି ଦୃଢ଼ କରିବା ପାଇଁ ଉଭୟ ରାଜନୈତିକ ଏବଂ ଅର୍ଥନୈତିକ ପ୍ରତିବଦ୍ଧତାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି। ସେ କହିଛନ୍ତି ଲୋକାଭିମୁଖୀ ଯୋଜନା କରାଯାଇ ପାରିଲେ ଦେଶଗୁଡ଼ିକ ସେମାନଙ୍କ ଅର୍ଥନୈତିକ ଏବଂ ଶକ୍ତିକ୍ଷେତ୍ରକୁ ମଜବୁତ କରିପାରିବେ।

Spread the love