
ବରଗଡ଼: ବରଗଡ଼ ଜିଲ୍ଲା ପଦମପୁରରେ ଜଣେ କ୍ୟାଡର ମାଓବାଦୀ ନିହତ ହୋଇଛନ୍ତି । ଏ ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପୋଲିସ ଡିଜି ଅଭୟ। SOG ଓ ଓଡ଼ିଶା ପୋଲିସର ମିଳିତ ଅପରେସନରେ ଏହି କ୍ୟାଡର ମାଓବାଦୀଙ୍କ ମୃତ୍ୟୁ ଘଟିଥିବା ସୂଚନା ଦେଲେ ଡିଜି ଅଭୟ।
ସୂଚନା ଥାଉ କି, ଭଞ୍ଜଗୁଣ୍ଡା ନିକଟ ଝାଞ୍ଜ ସଂରକ୍ଷିତ ଜଙ୍ଗଲରେ ମାଓବାଦୀଙ୍କ ଗତିବିଧି ସମ୍ପର୍କରେ ଏସଓଜି ଓ ଓଡିଶା ପୋଲିସକୁ କୌଣସି ସୂତ୍ରରୁ ସୂଚନା ମିଳିଥିଲା। ସୂଚନା ପାଇବା ପରେ ଉଭୟ ଏସଓଜି ଓ ଓଡିଶା ପୋଲିସ ପକ୍ଷରୁ ମିଳିତ ଅପରେସନ କରାଯାଇଥିଲା ।
ଆହୁରି ପଢ଼ନ୍ତୁ
ଏ ସମ୍ପର୍କରେ ସୂଚନା ଦେଇ ଡିଜି ଅଭୟ କହିଛନ୍ତି, ନିହତ ମାଓବାଦୀଙ୍କ ପରିଚୟ ମିଳି ନାହିଁ। ମାଓବାଦୀ ଟିମ୍ରେ କ୍ୟାଡର ନେତାମାନେ ଏକେ-୪୭ ବ୍ୟବହାର କରନ୍ତି। ନିହତ ମାଓବାଦୀଙ୍କ ପାଖରୁ ଏକେ-୪୭ ମିଳିଥିବାରୁ ସେ କ୍ୟାଡର ମାଓବାଦୀ ହୋଇଥାଇ ପାରନ୍ତି ବୋଲି ଅନୁମାନ କରାଯାଉଛି।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍