February 15, 2026

ଅସହାୟ ବୃଦ୍ଧା ମାଆଙ୍କୁ ନେଇ ଜଙ୍ଗଲରେ ଛାଡ଼ିଦେଲେ କଳିଯୁଗର କୁଳାଙ୍ଗାର ପୁଅ

 

ଭଞ୍ଜନଗର(ରାଜେଶ ପଣ୍ଡା): କରୋନା କାଳର କରୁଣ ଦୃଶ୍ୟ। କାମଧନ୍ଦା ନ ମିଳିବା ସହ ଆଶ୍ରା ନମିଳିବାରୁ ଅସହାୟ ବୃଦ୍ଧା ମାଆଙ୍କୁ ନିଛାଟିଆ ସ୍ଥାନରେ ଛାଡ଼ି ପଳାଇବା ଉଦ୍ୟମ ବେଳେ ଦୁଇ ଦିବ୍ୟାଙ୍ଗ ପୁଅଙ୍କୁ ଅଟକ ରଖି ପୋଲିସ ପଚରା ଉଚରା କରୁଛି। ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସହରରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟଘଟଣା। ସହରର ଲୋହରାଖଣ୍ଡି ନଦୀ ପାଖ ବାଇପାସ ରାସ୍ତାର ଏକ ନିର୍ଜନ ସ୍ଥାନରୁ ଅସହାୟ ବୃଦ୍ଧାଙ୍କୁ ଉଦ୍ଧାର କରି ପୋଲିସ ଚିକିତ୍ସା ଲାଗି ଉପଖଣ୍ଡ ମେଡିକାଲକୁ ପଠାଇଛି। ମଧ୍ୟାହ୍ନ ସମୟରେ ଦୁଇଜଣ ଯୁବକ ନିଜ ବୃଦ୍ଧା ମାଆଙ୍କୁ ବାଇପାସ୍ ସ୍ଥିତ ଏକ ନିର୍ଜନ ସ୍ଥାନକୁ ନେଉଥିଲେ। ଏହି ଦୃଶ୍ୟ ଦେଖିବା ପରେ ପରେ ସ୍ଥାନୀୟ ଲୋକେ ସନ୍ଦେହ କରି ଏ ନେଇ ପୋଲିସକୁ ଖବର ଦେଇଥିଲେ।

Spread the love