April 6, 2026

ଅଜବ ମସାଜ୍ : ବ୍ୟବହାର ହୁଏ ମାଂସ କଟା ଛୁରୀ

 

ଆପଣମାନେ ଆଜିଯାଏ ଯେଉଁସବୁ ମସାଜ ବିଷୟରେ ଶୁଣିଥିବେ ସେଥିରେ ତେଲ, କ୍ରିମ୍, ଫଳ, ପନିପରିବା ଆଦି ସାମିଲ ଥିବ। କିନ୍ତୁ ତାଇୱାନରେ ଏସବୁରୁ ବାହାରେ ଆଉ ଏପରି ଏକ ମସାଜ୍ ରହିଛି ଯାହାକୁ ଦୁନିଆର ସବୁଠାରୁ ବିପଦପୂର୍ଣ୍ଣ ବୋଲି କୁହାଯାଉଛି। ଏହି ମସାଜ୍ ପାଇଁ ତାଇୱାନରେ ୨୦୦୦ ବର୍ଷରୁ ଅଧିକ ପୁରାତନ ପଦ୍ଧତିକୁ ବ୍ୟବହାର କରାଯାଉଛି।

କଥା କଣ କି, ଏଠାରେ ମସାଜ୍ ଥେରାପିଷ୍ଟମାନେ ମାଂସ କଟା ଦୁଇଟି ବଡ ଛୁରୀକୁ ବ୍ୟବହାର କରନ୍ତି। ରାଜଧାନୀ ତାଇପେରେ ଏଭଳି ମସାଜ୍ କରିବା ଭଳି ଅନେକ ପାର୍ଲର ଅଛି। ଏଠାରେ ରାସାୟନିକ ପଦାର୍ଥ ଦ୍ୱାରା ଦୁଇଟି ଛୁରୀ ସଫା କରିବା ପରେ, ଥେରାପିଷ୍ଟମାନେ ସମଗ୍ର ଶରୀର ଉପରେ ହାଲୁକା ଆଘାତ କରିଥାନ୍ତି। ତେବେ ଛୁରୀ ମାରିବା ପୂର୍ବରୁ ସମଗ୍ର ଶରୀରକୁ ଚାଦରରେ ଘୋଡାଇ ଦିଆଯାଏ।

ଏଥିପାଇଁ ଦୁଇଟି ଷ୍ଟିଲ୍ ଛୁରୀକୁ ଥଣ୍ଡା କରାଯାଏ। ସେଗୁଡ଼ିକ ହାଲୁକା କିମ୍ବା ଉଚ୍ଚ ଚାପ ପ୍ରୟୋଗ କରି ଚାଦର ଉପରେ ଶରୀର ଉପରେ ଘୂର୍ଣ୍ଣନ କରାଯାଏ। ପ୍ରଥମେ, ପିଠିରେ ଏବଂ ହାତରେ ଛୁରୀ ଦ୍ୱାରା ହାଲୁକା ଭାବେ ପ୍ରହାର କରାଯାଏ। ତା’ପରେ ଶେଷରେ ମୁଣ୍ଡ ଏବଂ ଚେହେରାର ପାଳି ଆସେ।

ମସାଜ୍ ସମୟରେ ଶରୀରକୁ ଢିଲାକରି ଆଖି ବନ୍ଦ କରିବାକୁ ପଡେ। ଏହି ମସାଜର ଥେରାପିଷ୍ଟମାନଙ୍କ କହିବା କଥା, ସେମାନେ ଏହି ମସାଜ୍ ମାଧ୍ୟମରେ ଶରୀରର ପ୍ରକୃତ ଶକ୍ତି ଏବଂ ଜୀବନ ଶକ୍ତିକୁ ପୁନଃ ସ୍ଥାପନ କରନ୍ତି। ଏହି ବିପଜ୍ଜନକ ମସାଜ ମାଧ୍ୟମରେ ଶାରୀରିକ ଏବଂ ଭାବନାତ୍ମକ ଆରୋଗ୍ୟ କରାଯାଇପାରିବ। ସେମାନଙ୍କ କହିବାନୁସାରେ, ଚାଇନାରେ ମସାଜ କରିବାର ପଦ୍ଧତି ୨୦୦୦ ବର୍ଷ ଧରି ଚିକିତ୍ସା ବ୍ୟବସ୍ଥାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଆସୁଛି।

ତେବେ ଆଜିର ଯୁଗରେ ସେ ଜାପାନ ହେଉ ବା ଚାଇନା, ଯେଉଁଠାରେ ଛୁରୀ ଦ୍ୱାରା ମସାଜ ହେଉଥିବା ପାର୍ଲର ଖୋଜିବା କଷ୍ଟକର। ଏହି ପରିସ୍ଥିତିରେ ନିକଟ ଅତୀତରେ ତାଇୱାନରେ ଏହାର ଧାରା ପୁନର୍ବାର ଆରମ୍ଭ ହୋଇଯାଇଛି। ବ୍ୟସ୍ତବହୁଳ ଜୀବନରେ ସୃଷ୍ଟି ହେଉଥିବା ଚାପରୁ ମୁକ୍ତି ପାଇବା ପାଇଁ ଲୋକମାନେ ଛୁରୀ ମସାଜ୍‌କୁ ବ୍ୟବହାର କରୁଛନ୍ତି।

ଏହା ସହିତ ବିଭିନ୍ନ ରୋଗରୁ ମୁକ୍ତି ପାଇବା, ଭଲ ନିଦ ପାଇବା ଏବଂ ଚାପରୁ ମୁକ୍ତି ପାଇବା ପାଇଁ ଲୋକେ ଛୁରୀ ମସାଜକୁ ପ୍ରାଧାନ୍ୟ ଦେଉଛନ୍ତି। ମସାଜ ସମୟରେ ଶରୀରର ପ୍ରେସର୍ ପଏଣ୍ଟ ଉପରେ ଚାପ ପ୍ରୟୋଗ କରାଯାଏ।

ଏହା ଚାଇନାରେ ଚିକିତ୍ସା ପାଇଁ ବ୍ୟବହୃତ ଆକ୍ୱାପଙ୍କ୍ଟର୍ ପଦ୍ଧତି ପରି। ଏହି ପ୍ରଶିକ୍ଷଣ ପାଇଁ ଆସୁଥିବା ଲୋକମାନେ ବିଶ୍ୱାସ କରନ୍ତି ଯେ ଏହି ବଡ ଷ୍ଟିଲ୍ ଛୁରୀରେ କିଛି ଅଦୃଶ୍ୟ ଶକ୍ତି ଅଛି, ଯାହା କେବଳ ଲୋକଙ୍କୁ ଚାପରୁ ମୁକ୍ତି ଦେଇ ନଥାଏ ବରଂ ରୋଗରୁ ମଧ୍ୟ ମୁକ୍ତି ଦେଇଥାଏ।

Spread the love