
ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ) : ମହାମାରୀରେ ମାନବିକତା । ଅକ୍ସିଜେନ ସିଲିଣ୍ଡର ଦାନ କଲେ ସରପଞ୍ଚ । ନୟାଗଡ଼ ଜିଲ୍ଲା ଭାଟସାହି ସରପଞ୍ଚ କିଶୋର ଚନ୍ଦ୍ର ସାହୁ ପୁଣି ଚର୍ଚ୍ଚାରେ । କିଛି ଦିନ ପୂର୍ବେ ମେଡ଼ିକାଲକୁ କିଶୋର ଚନ୍ଦ୍ର ଆମ୍ବୁଲାନ୍ସ ପ୍ରଦାନ କରିଥିବା ବେଳେ ଗତକାଲି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ୨୦ ଟି ଅକ୍ସିଜେନ ଭର୍ତ୍ତି ସିଲିଣ୍ଡର ଦାନ କରିଛନ୍ତି ।
କୃଷି ମନ୍ତ୍ରୀ ଡ଼ ଅରୁଣ ସାହୁ, ନୟାଗଡ଼ ଜିଲ୍ଲାପାଳ ଡ଼ ପୋମା ଟୁଡୁ ଏବଂ ଡ଼ିଏଫଓ ଧନରାଜ ଏଚଡ଼ିଙ୍କ ଉପସ୍ଥିତିରେ ନୟାଗଡ଼ ଜିଲ୍ଲାବାସୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସିଲିଣ୍ଡର ପ୍ରଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ସିଲିଣ୍ଡର ପ୍ରଦାନ କରିଥିବା କହିଛନ୍ତି ସରପଞ୍ଚ କିଶୋର । କରୋନା ମହାମାରୀ ମୁକାବିଲାରେ ମୁଁ ଗୁଣ୍ଡୁଚି ମୂଷା ଭଳି କାମ କରୁଛି ବୋଲି କହିଛନ୍ତି ସରପଞ୍ଚ କିଶୋର ।
ଆହୁରି ପଢ଼ନ୍ତୁ
ସରପଞ୍ଚଙ୍କ ଏଭଳି ଉତ୍ସର୍ଗୀକୃତ କାର୍ୟ୍ୟକୁ ବେଶ ପ୍ରଶଂସା କରିଛନ୍ତି ସ୍ଥାନୀୟ ଲୋକେ । ସରପଞ୍ଚ କିଶୋର ଚନ୍ଦ୍ର ସାହୁ ଜଣେ ଉଚ୍ଚ ଶିକ୍ଷିତ ଯୁବ ସରପଞ୍ଚ ଭାବେ ବେଶ ଜଣାଶୁଣା ।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍