July 13, 2025

ସେରୋ ସର୍ଭେରେ ସାମିଲ ହେବେ ୬ ବର୍ଷରୁ ଅଧିକ ବୟସ୍କ ପିଲା

 

  • ସେରୋ ସର୍ଭେରେ ସାମିଲ ହେବେ ପିଲା
  • ୧୬ କିମ୍ବା ୧୭ ତାରିଖରୁ ଆରମ୍ଭ ହେବ ନ୍ୟାଶନାଲ ସେରୋ ସର୍ଭେ
  • ଓଡ଼ିଶାର ୩ ଜିଲ୍ଲା ସାମିଲ
  • ଆସନ୍ତା ୨୨ରୁ ୨୪ ତାରିଖ ଭିତରେ ସର୍ଭେ ସାରିବାକୁ ଟାର୍ଗେଟ
ଭୁବନେଶ୍ୱର: ଏଥର ସେରୋ ସର୍ଭେରେ ସାମିଲ ହେବେ ୬ ବର୍ଷରୁ ଅଧିକ ବୟସ୍କ ପିଲା । RMRC ପକ୍ଷରୁ ଏହି ସୂଚନା ଦିଆଯାଇଛି। ଆସନ୍ତା ୧୬ କିମ୍ବା ୧୭ ତାରିଖରୁ ଆରମ୍ଭ ହେବ ନ୍ୟାସନାଲ ସେରୋ ସର୍ଭେ । ଦେଶର ଯେଉଁ ୭୦ଟି ଜିଲ୍ଲାରେ ପୂର୍ବରୁ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ରାଉଣ୍ଡ ସେରୋ ସର୍ଭେ ହେଇଥିଲା, ଏଥର ଚତୁର୍ଥ ରାଉଣ୍ଡରେ ମଧ୍ୟ ସେହି ୭୦ଟି ଜିଲ୍ଲାରେ ସେରୋ ସର୍ଭେ ହେବ।
ଆହୁରି ପଢ଼ନ୍ତୁ

ଏଥିପାଇଁ RMRC ପକ୍ଷରୁ ପ୍ରସ୍ତୁତି ସରିଥିବା RMRC ନିର୍ଦ୍ଦେଶିକା ସୂଚନା ଦେଇଛନ୍ତି । ପ୍ରତି ଜିଲ୍ଲାକୁି ୧୦ଟି ଲେଖାଏଁ କ୍ଲଷ୍ଟର କରାଯାଇ ସେରୋ ସର୍ଭେ କରାଯିବ।  ଆସନ୍ତା ୨୨ ତାରିଖରୁ ୨୪ ତାରିଖ ଭିତରେ ସର୍ଭେ ସାରିବାକୁ ଟାର୍ଗେଟ ରଖିଛି RMRC। ରାଜ୍ୟ ସରକାରଙ୍କ ସହଯୋଗରେ ଏହି ନ୍ୟାସନାଲ ସେରୋ ସର୍ଭେ କରାଯିବ ବୋଲି କହିଛନ୍ତି RMRC ନିର୍ଦ୍ଦେଶିକା ସଂଘମିତ୍ରା ପତି।

Spread the love