July 13, 2025

ରାଜ୍ୟରେ ଗତ ୨୪ ଘଣ୍ଟାରେ ୪ ହଜାର ୩୩୯ ସଂକ୍ରମିତ ଚିହ୍ନଟ

 

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ ୪ ହଜାର ୩୩୯ ସଂକ୍ରମିତ ଚିହ୍ନଟ । ଏହା ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୨୪୭୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ୧୮୬୪ ରହିଛି ।

ତେବେ ଅନୁଗୁଳରୁ ୨୨୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୨୯୬, ବରଗଡ଼ରୁ ୬୮, ଭଦ୍ରକ- ୨୦୯, ବଲାଙ୍ଗିର- ୫୩, ବୌଦ୍ଧ- ୫୪, କଟକ- ୪୮୦, ଦେବଗଡ଼- ୨୬, ଢେଙ୍କାନାଳ- ୧୪୪, ଗଜପତି- ୩୬, ଗଂଜାମ- ୨୯, ଜଗତସିଂହପୁର- ୧୪୩, ଯାଜପୁର- ୨୦୭, ଝାରସୁଗୁଡ଼ା- ୧୩, କଳାହାଣ୍ଡି -୬୨, କନ୍ଧମାଳ- ୬୨, କେନ୍ଦ୍ରାପଡ଼ା- ୧୮୧, କେନ୍ଦୁଝର- ୯୬, ଖୋର୍ଦ୍ଧା- ୭୦୦, କୋରାପୁଟ- ୬୫, ମାଲକାନଗିରି- ୫୦, ମୟୂରଭଂଜ- ୧୫୮, ନବରଙ୍ଗପୁର- ୭୮, ନୟାଗଡ଼- ୧୪୯, ନୂଆପଡ଼ା- ୧୪, ପୁରୀ- ୨୫୫, ରାୟଗଡ଼ା- ୬୪, ସମ୍ବଲପୁର- ୫୪, ସୁବର୍ଣ୍ଣପୁର- ୮୪ ଓ ସୁନ୍ଦରଗଡ଼- ୧୭୮  ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଅନ୍ୟପଟେ ଗତ ୨୪ ଘଣ୍ଟାରେ ରାଜ୍ୟରେ ପୁଣି ୪୪ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ, ବାଲେଶ୍ୱର, ବରଗଡ଼, କଟକରୁ ୩ ଜଣ ଲେଖାଏଁ ମୃତ୍ୟୁ ବରଣ କରିଛନ୍ତି । ସେହିଭଳି ଜଗତସିଂହପୁର, କେନ୍ଦ୍ରାପଡ଼ା, କେନ୍ଦୁଝର, ପୁରୀ, ରାୟଗଡ଼ା, ସୁନ୍ଦରଗଡ଼ରୁ ମଧ୍ୟ ୩ ଜଣ ଲେଖାଏଁ ମୃତ୍ୟୁ ବରଣ କରିଛନ୍ତି । ଅନ୍ୟପଟେ ଅନୁଗୁଳ, କଳାହାଣ୍ଡି, ନୟାଗଡ଼ରୁ ୨ ଜଣ ଲେଖାଏଁ ମୃତ୍ୟ ବରଣ କରିଥିବା ରିପୋର୍ଟ ମିଳିଛି । ବଲାଙ୍ଗିର, ଢେଙ୍କାନାଳ, ଗଂଜାମ, ଭଦ୍ରକ, ଝାରସୁଗୁଡ଼ା, ସମ୍ବଲପୁରରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ରାଜ୍ୟରେ ଏବେ ସୁଦ୍ଧା କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୩୪୬କୁ ବୃଦ୍ଧି ପାଇଛି ।

Spread the love