July 13, 2025

ରାଜ୍ୟ ୱେବ୍ ମିଡ଼ିଆ ସଂଘର ପ୍ରଥମ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

 

ବର୍ତମାନର ଡିଜିଟାଲ ଯୁଗରେ ୱେବ୍‌ ମିଡ଼ିଆ ଲୋକଙ୍କ ସ୍ବର ହେଉ : ମନ୍ତ୍ରୀ ତୁଷାରକାନ୍ତି ବେହେରା

 

ରାଜ୍ୟ ୱେବ୍ ମିଡ଼ିଆ ସଂଘର ଜିଲା କାର୍ଯ୍ୟକାରିଣୀ ବୈଠକ ପ୍ରଥମ କରି ପୁରୀ ଜିଲ୍ଲା ଶ୍ରୀକ୍ଷେତ୍ର ଜଗନ୍ନାଥ ଧାମରୁ ଆରମ୍ଭ ହୋଇଯାଇଛି ା କୋଣାର୍କସ୍ଥିତ ଭଗବତୀ ମହାବିଦ୍ୟାଳୟରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା

 

ପ୍ରଥମେ ସଂଘର କର୍ମକର୍ତାମାନେ ଶ୍ରୀକ୍ଷେତ୍ରରେ ପହଂଚିବା ପରେ ପତିତପାବନ ଦର୍ଶନ କରିଥିଲେ ଓ ଏହା ପରେ ଜଗନ୍ନାଥଙ୍କ ଉଦ୍ଧେଶ୍ୟରେ ଫୁଲ ଓ ଭୋଗ ଲାଗି କରିବା ପରେ ମଙ୍ଗଳ କାମନା ଆଶା କରି କୋଣାର୍କ ଅଭିମୁଖେ ବାହାରି ଥିଲେ

 

ରାଜ୍ୟ ସଂଘର କର୍ମକର୍ତାମାନେ କୋଣାର୍କରେ ପଂହଚିବା ପରେ ପୁରୀ ଜିଲ୍ଲାର ବିଭିନ୍ନ ବ୍ଲକରୁ ଆସିଥିବା ୱେବ୍‌ ମିଡିଆ ସାମ୍ବାଦିକ ବନ୍ଧୁମାନେ ପ୍ରଥମେ ଫୁଲତୋଡ଼ା ଓ ଉତରୀୟ ଦେଇ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ

 

ଏହା ପରେ ରାଜ୍ୟ ଓ ଜିଲ୍ଲା ସଂଘର କର୍ମକର୍ତାମାନେ ରାଜ୍ୟ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ତୁଷାର କାନ୍ତି ବେହେରାଙ୍କୁ ଫୁଲତୋଡ଼ା ଦେଇ ବୈଠକକୁ ପାଛୋଟି ନେଇଥିଲେ

 

ରାଜ୍ୟ ସଭାପତି ପୂର୍ଣ୍ଣ ଚନ୍ଦ୍ର ଦାସଙ୍କ ସଭାପତିତ୍ବରେ ଆୟୋଜିତ ଏହି ବୈଠକରେ ମନ୍ତ୍ରୀ ଶ୍ରୀ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟରେ ୱେବ୍‌ ମିଡ଼ିଆଙ୍କ ସମ୍ମାନ,ସୁରକ୍ଷା ଓ ଅଧିକାର ଏବଂ ସମସ୍ୟା ସମ୍ପର୍କରେ ମତ ପ୍ରକାଶ କରିବା ସହ ୱେବ୍‌ ମିଡ଼ିଆ ସମ୍ପର୍କରେ ବହୁ ମୂଲ୍ୟବାନ ଉପାଦେୟ ତଥ୍ୟ ପ୍ରଦାନ କରିଥିଲେ ଏବଂ ୱେବ୍‌ ମିଡ଼ିଆ ଲୋକଙ୍କ ବିଭିନ୍ନ ସମସ୍ୟାକୁ ନେଇ ଲୋକଙ୍କ ସ୍ବର ହେଉ ବୋଲି ମନ୍ତ୍ରୀ ଶ୍ରୀ ବେହେରା ପ୍ରକାଶ କରି କହିଥିଲେ ା ୱେବ୍‌ ମିଡ଼ିଆଙ୍କ ବିଭିନ୍ନ ଦାବିକୁ ନେଇ ରାଜ୍ୟ ସରକାରଙ୍କ ନିକଟରେ ଦୃଷ୍ଟି ଆକର୍ଷଣ କରିବେ ବୋଲି ମନ୍ତ୍ରୀ ଶ୍ରୀ ବେହେରା ପ୍ରତିଶୃତି ଦେଇଥିଲେ

 

ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ୱେବ୍‌ ମିଡ଼ିଆ ସଂଘର ସାଧାରଣ ସମ୍ପାଦିକା ବିଦ୍ୟୁତଲତା ମହାନ୍ତି, କୋଷାଧ୍ୟକ୍ଷ ସତ୍ୟଜିତ ମହାପାତ୍ର,ଉପସଭାପତି ବନଜିତ ମହାନ୍ତି,ସମ୍ପାଦକ ବିନାୟକ ବେହେରା ପ୍ରମୁଖ ଉପସ୍ଥିତି ରହି ରାଜ୍ୟ ୱେ୍ବ୍‌ ମିଡ଼ିଆ ସଂଘର ଲକ୍ଷ୍ୟ ଓ ଭବିଷ୍ୟତ ସମ୍ପର୍କରେ ଆଲୋକପାତ କରିଥିଲେ

ଶେଷରେ ବରିଷ୍ଠ ଆଇନଜୀବୀ ପ୍ରତାପ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ା କୋଷାଧ୍ୟକ୍ଷ ଶ୍ରୀ ମହାପାତ୍ର ସଭା ପରିଚାଳନା କରିଥିଲେ

 

ଏହା ପରେ ଜିଲ୍ଲା ସଂଘର କର୍ମକର୍ତା ଚୟନ ନେଇ ଦ୍ବିତୀୟ ପର୍ଯ୍ୟାୟ ବୈଠକ ଅପରାହ୍ନରେ ଅନୁଷ୍ଠିତ ହୋଇଥିଲା ା

 

ଏଥିରେ ପୁରୀ ସଦର,ବ୍ରହ୍ମଗିରି,କୃଷ୍ଣପ୍ରସାଦ,ସତ୍ୟବାଦୀ ଓ କଣାସ ଆଦି ଅଂଚଳର ୱେବ୍‌ ମିଡ଼ିଆ ବନ୍ଧୁମାନେ ଆସିପାରି ନଥିବାରୁ ଅସ୍ଥାୟୀ ଭାବେ ନୂତନ କର୍ମକର୍ତାଙ୍କ ନାମ ସର୍ବସମ୍ମତିକ୍ରମେ ଭୋଟ ଗ୍ରହଣ କରାଯାଇ ଘୋଷଣା କରାଯାଇଥିଲା

 

 

ସଭାପତି ଭାବେ ପ୍ରଦୀପ କୁମାର ଚାନ୍ଦ, ଉପସଭାପତି ଭାବେ ବସନ୍ତ କୁମାର ଦାସ, କୋଷାଧ୍ୟକ୍ଷ ଶିଶିର କୁମାର ସ୍ୱାଇଁ, ସମ୍ପାଦକ ଭାବେ ମାୟାଧର ମିଶ୍ର ,ସହ ସମ୍ପାଦକ ସୌମ୍ୟ ରଂଜନ ମହାରଣା ଏବଂ ସଭ୍ୟ ଭାବେ ସନ୍ତୋଷ କୁମାର ଦାଶ, ପ୍ରତାପ ମହାନ୍ତି,ବିଜୟ କୁମାର ବେହେରା ଓ ବିଶ୍ବଜିତ ମିଶ୍ରଙ୍କୁ ଚୟନ କରଯାଇଥିଲା ।

 

ଏହି ବୈଠକରେ ପୁରୀ ଜିଲ୍ଲାର ବିଭିନ୍ନ ବ୍ଲକରୁ ୫୦ରୁ ଉର୍ଦ୍ଧ୍ବ ୱେବ୍ ମିଡ଼ିଆ ବନ୍ଧୁ ଉପସ୍ଥିତ ରହି ସେମାନଙ୍କ ସମସ୍ୟା ସମ୍ପର୍କରେ ଆଲୋକପାତ କରିଥିଲେ

 

ଏହି ନୂତନ କର୍ମକର୍ତାମାନେ ଜିଲ୍ଲାର ପୂର୍ଣ୍ଣାଙ୍ଗ ସଂଘ ବୈଠକ ନ ହେବା ପର୍ଯ୍ୟନ୍ତ ଅସ୍ଥାୟୀ ଭାବେ କାର୍ଯ୍ୟ କରିବେ ା

ଭୁବନେଶ୍ବରରୁ ବ୍ୟୁରୋ ରିପୋର୍ଟ,ସତ୍ୟ ନ୍ୟୁଜ୍‌ ଟୋଂଟି ଫୋର୍‌

Spread the love