September 17, 2025

୮,୫୦୦ କୋଟି ଟଙ୍କା କେଉଁ ବାବଦକୁ କେତେ ଖର୍ଚ୍ଚ ହେବ, ହିସାବ ଦିଅ: ଲେଖାଶ୍ରୀ

 

ଭୁବନେଶ୍ୱର: କରୋନାର ଦ୍ୱିତୀୟ ଲହରୀରେ ରାଜ୍ୟରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ବିପର୍ଯ୍ୟସ୍ତ ହୋଇପଡିଥିବା ଅଭିଯୋଗ ଆଣି ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେପି। ଦଳର ସାଧାରଣ ସଂପାଦିକା ଲେଖାଶ୍ରୀ ସାମନ୍ତସିଂହାର ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିବା ସହ ଗତକାଲି ସ୍ୱାସ୍ଥ୍ୟ ଭିତ୍ତିଭୂମି ପାଇଁ ଘୋଷଣା ହୋଇଥିବା ୮ ହଜାର ୫ଶହ କୋଟି ଟଙ୍କା କେଉଁ ବାବଦକୁ କେତେ ଖର୍ଚ୍ଚ ହେବ ତାର ବିସ୍ତୃତ ବିବରଣୀ ମାଗିଛନ୍ତି। ତାସହ ଏ ଟଙ୍କା ଏବେକାର, ପୂର୍ବର ନା ଆଗକୁ ଖର୍ଚ୍ଚ କରିବେ ତାର ମଧ୍ୟ ସ୍ପଷ୍ଟୀକରଣ ମାଗିଛନ୍ତି।

Spread the love