February 15, 2026

କୁଳପତିଙ୍କ ବୈଠକ ପରେ UG/PG ଫାଇନାଲ ପରୀକ୍ଷା ନେଇ ବଡ ଘୋଷଣା

 

ଭୁବନେଶ୍ୱର: ରାଜ୍ୟରେ UG/PG ଫାଇନାଲ ପରୀକ୍ଷା ହେବ।  ଜୁଲାଇ, ଅଗଷ୍ଟ ସୁଦ୍ଧା ଅନଲାଇନରେ ହେବ ଫାଇନାଲ ପରୀକ୍ଷା।
ଉଚ୍ଚସ୍ତରୀୟ କୁଳପତିମାନଙ୍କ ସହ ବୈଠକରେ ଆଲୋଚନା ପରେ ଏପରି ନିଷ୍ପତ୍ତି ନିଆଯାଇଛି। ଏ ନେଇ ସୂଚନା ଦେଇଛନ୍ତି  ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ।

ବୈଠକ ପରେ ସୂଚନା ଦେଇ ମନ୍ତ୍ରୀ କହିଛନ୍ତି,  ଫାଇନାଲ ପରୀକ୍ଷା ଅନଲାଇନରେ ହେବ। ତେବେ ପରୀକ୍ଷା କେବେ ହେବ ସେ ସମ୍ପର୍କରେ ୟୁନିଭର୍ସିଟି ବା ଅଟୋନୋମସ କଲେଜ ତାରିଖ ସ୍ଥିର କରିବେ। ପିଲାମାନେ ଘରେ ରହି ପରୀକ୍ଷା ଦେଇପାରିବେ। ଯାହାର ଘରେ ସୁବିଧା ନଥିବ ସେମାନେ ନିକଟସ୍ଥ ଡିଗ୍ରୀ କଲେଜରେ ପରୀକ୍ଷା ଦେଇପାରିବେ।

 

Spread the love