
ଭୁବନେଶ୍ୱର: କରୋନାର ସମ୍ଭାବ୍ୟ ତୃତୀୟ ଲହର ଶିଶୁମାନଙ୍କ ପାଇଁ ବିପଦ ନେଇ ଆସୁଛି। ସେଥିପାଇଁ ଲୋକେ ଆତଙ୍କିତ ଅବସ୍ଥାରେ ଥିବାବେଳେ ଏବେ ଆଶ୍ୱାସନା ମିଳିଛି। କରୋନାର ତୃତୀୟ ଲହରରେ ଶିଶୁମାନେ କମ୍ ସଂକ୍ରମିତ ହେବେ। ପିଲାମାନଙ୍କ ରୋଗ ପ୍ରତିରୋଧକ ଶକ୍ତି ଅଧିକ ଥିବାରୁ ସେମାନେ କମ୍ ସଂକ୍ରମିତ ହେବେ। ଏକଥା କହିଛନ୍ତି ଡିଏମ୍ଇଟି ସିବିକେ ମହାନ୍ତି ।
ତୃତୀୟ ଲହରର ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ସେ ସୂଚନା ଦେଇଛନ୍ତି । ବର୍ତ୍ତମାନ ପାଇଁ ତୃତୀୟ ଲହର କେବଳ ଆକଳନ ମାତ୍ର । ତା ଅର୍ଥ ନୁହେଁ କି ତୃତୀୟ ଲହର ଓଡ଼ିଶାକୁ ଆସିବନି । ତୃତୀୟ ଲହରରେ କୋଭିଡ ଗାଇଡଲାଇନ ଓ ଭ୍ୟାକ୍ସିନେସନକୁ ଗୁରୁତ୍ୱ ଦେବାକୁ ପଡ଼ିବ । ଏଥିପାଇଁ ରାଜ୍ୟ ସରକାର ଭିତ୍ତିଭୂମି ମଜବୁତ କରୁଛନ୍ତି । ବର୍ତ୍ତମାନ ଓଡ଼ିଶାରେ କରୋନା ସଂକ୍ରମଣ ସଂଖ୍ୟା ଦିନକୁ ଦିନ ଖସୁଛି ବୋଲି କହିଛନ୍ତି ଡିଏମ୍ଇଟି ।
ଆହୁରି ପଢ଼ନ୍ତୁ
ଅନ୍ୟପଟେ ତୃତୀୟ ଲହରରେ ଶିଶୁ ସଂକ୍ରମିତ ହେବା ବିଶେଷଜ୍ଞ ଆଶଙ୍କା କରୁଥିବାରୁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ। ଏହାଛଡ଼ା ଜୁନ ଶେଷ ସପ୍ତାହରେ ଟିକା ଯୋଗାଣ ହେଲେ ଦୈନିକ ୩ ଲକ୍ଷ ଟିକାକରଣ କରିବାକୁ ଲକ୍ଷ୍ୟ ରଖାଯାଇଥିବା ସେ ସୂଚନା ଦେଇଛନ୍ତି ।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍