Skip to content
ଉଦ୍ଧେଶ୍ୟମୂଳକ ଭାବେ ଖବର ପରିବେଷଣ କରୁଛି ଗଣମାଧ୍ୟମ ସଂସ୍ଥା

ଉନ୍ନୟନମୂଳକ କାର୍ଯ୍ୟରେ ପ୍ରତିବନ୍ଧକ ଆଣୁଛନ୍ତି ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧି
ପୁରୀ ଜିଲ୍ଲା କାକଟପୁର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଅସ୍ତରଙ୍ଗ ଯୁକ୍ତ ତିନି ଶିକ୍ଷା ଓ ବୈଷୟିକ ମହାବିଦ୍ୟାଳୟରେ ଆଜି କୋଭିଡ ନିୟମ ଭିତରେ ୧୫ଲକ୍ଷ ୫୦ହଜାର ଟଙ୍କା ବ୍ୟୟରେ ଦୁଇଟି ନୂତନ ଗୃହର ଭିତିପ୍ରସ୍ତର ସ୍ଥାପନ ଉତ୍ସବ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି ା
କୋଭିଡ କଟକଣା ଯୋଗୁଁ ରାଜ୍ୟ ସରକାର ବିବାହ, ବ୍ରତ, ସଭା,ସମିତି ଭଳି ବହୁ ଗୁରୁତ୍ବପୂର୍ଣ୍ଣ ସାଂଗଠନିକ କାର୍ଯ୍ୟରେ ୨୫ସଦସ୍ୟଙ୍କୁ ନେଇ ଅନୁମତି ଦେଉଛନ୍ତି ା

ତେଣୁ ସରକାରଙ୍କ ଏହି କଟକଣାକୁ ମାନି ମନ୍ତ୍ରୀ ଶ୍ରୀ ବେହେରା ଆଜି ଅସ୍ତରଙ୍ଗ ମହାବିଦ୍ୟାଳୟରେ ଅସ୍ତରଙ୍ଗ ବିଡିଓ ଡଃ ବେବିତା ମଞ୍ଜରୀ ନାୟକ, ବ୍ଲକ୍ ଅଧ୍ୟକ୍ଷ ସ୍ବାଧୀନ କୁମାର ନାୟକ, ଜିଲ୍ଲା ପରିଷଦ ସଭ୍ୟ ପଂଚାନନ ସ୍ବାଇଁ,କେନ୍ଦ୍ରାପାଟି ପଂଚାୟତ ସରପଂଚ ମଙ୍ଗୁଳି ପ୍ରଧାନ,ମାଣ୍ଡୁକି ସରପଂଚ ଲକ୍ଷ୍ମୀଧର ଜେନା, ସମିତି ସଭ୍ୟା ସୁକାନ୍ତି ମହାରଣା ଓ ତପସ୍ବିନୀ ବାରିକ ଆଦି ହାତ ଗଣତି ଲୋକ ପ୍ରତିନିଧି, ବିଭାଗୀୟ ଅଧିକାରୀ, କଲେଜ କର୍ତୁପକ୍ଷ ଓ ସରକାରୀ କର୍ମଚାରୀଙ୍କୁ ନେଇ ସାମାଜିକ ଦୂରତା ମାନି ମାସ୍କ,ସାନିଟାଇଜର ବ୍ୟବହାର କରି ଆଜି ନିରାଡ଼ମ୍ବର ଭାବେ ଏହି ଉତ୍ସବକୁ ପାଳନ କରିଛନ୍ତି ା

କୋଭିଟ କଟକଣା ଯୋଗୁଁ ଆଜି ପର୍ଯ୍ୟନ୍ତ ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟ ବନ୍ଦ ହୋଇ ପଡ଼ି ରହିଛି ା ଫଳରେ ଅଂଚଳରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି ା
ତେଣୁ ଏହାକୁ ଆଖି ଆଗରେ ରଖି ରାଜ୍ୟ ସରକାର କଟକଣା କୋହଳ କରିବା ପରେ ରାଜ୍ୟ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଶ୍ରୀ ବେହେରା ଅସ୍ତରଙ୍ଗ ମହାବିଦ୍ୟାଳୟରେ ହେବାକୁ ଥିବା ନୂତନ ଗୃହର ପ୍ରକଳ୍ପ କାର୍ଯ୍ୟର ଭିତିପ୍ରସ୍ତର ସ୍ଥାପନ କରିଥିଲେ ା
ତେବେ ଏକ ନିର୍ଦ୍ଧିଷ୍ଟ ଏକ ଗଣମାଧ୍ୟମ ସଂସ୍ଥା ଉଦ୍ଦେଶ୍ୟମୂଳକ ଭାବେ ହଜାର ହଜାର ଲୋକ ସଂଖ୍ୟା ଦର୍ଶାଇ କପୋଳକଳ୍ପିତ ଭାବେ ମନଗଢ଼ା ଖବର ପରିବେଷଣ କରିଥିବା ଜଣାପଡ଼ିଛି ା
ଗୋଟେ ପଟେ କୋଭିଡ ସମୟରେ ଅସ୍ତରଙ୍ଗ ଗଣମାଧ୍ୟମ ପ୍ରତିନିଧି ଜଣଙ୍କ ନିଜେ ମଦ,ମାଂସ ଭୋଜିଭାତର ଆସର ଜମାଉଥିବା ବେଳେ ଅନ୍ୟ ପଟେ ବିରୋଧୀଙ୍କ ପ୍ରରୋଚନାରେ ମନ୍ତ୍ରୀଙ୍କୁ ବିରୋଧ କରି ପ୍ରତିହିଂସା ପରାୟ ହୋଇ ସ୍ଥାନୀୟ ଅଂଚଳର ଉନ୍ନୟନମୂଳକ କାର୍ଯ୍ୟରେ ପ୍ରତିବନ୍ଧକ ଆଣିବାକୁ ଚେଷ୍ଟା କରୁଛନ୍ତି ଏବଂ ଅନ୍ୟକୁ ଆଇନର ପାଠ ପଢ଼ାଇବାକୁ ଚେଷ୍ଟା କରୁଛନ୍ତି ା
ଆପଣମାନେ ଏ ଚିତ୍ରକୁ ଭଲ ଭାବେ ଦେଖନ୍ତୁ ା

ଗୋଟେ ପଟେ ମନ୍ତ୍ରୀ ଦୁଇଟି ପ୍ରକଳ୍ପର ଭିତିପ୍ରସ୍ତର କରୁଥିବାର ଦୃଶ୍ୟ ା ଅନ୍ୟ ପଟେ ଅସ୍ତରଙ୍ଗ ଗଣମାଧ୍ୟମ ପ୍ରତିନିଧି ଜଣଙ୍କ କଟକଣାକୁ ନ ମାନି କିଭଳି ଭୋଜିଭାତରେ ନିଜେ ମସଗୁଲ ରହି ଅନ୍ୟକୁ ଆଇନର ପାଠ ପଢ଼ାଉଛନ୍ତି
ତେବେ ଏ ସମ୍ପର୍କରେ ମନ୍ତ୍ରୀ ଶ୍ରୀ ବେହେରା ଓ ଅସ୍ତରଙ୍ଗ ବିଡିଓଙ୍କୁ ପଚାରିବାରୁ ନିୟମ ଉଂଲଘନକୁ ଖଣ୍ଡନ କରିବା ସହ କୋଭିଡ଼ କଟକଣା ଭିତରେ ସେମାନେ ଭିତିପ୍ରସ୍ତର ସ୍ଥାପନ କରିଥିବା କଥା କହିଛନ୍ତି
ଭୁବନେଶ୍ବରରୁ ବ୍ୟୁରୋ ରିପୋଟ,ସତ୍ୟ ନ୍ୟୁଜ୍ ଟୋଂଟି ଫୋର୍
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍