July 13, 2025

ବିଳମ୍ବ ହୋଇପାରେ ପଞ୍ଚାୟତ ନିର୍ବାଚନ

 

ଭୁବନେଶ୍ୱର:  ରାଜ୍ୟରେ ପଞ୍ଚାୟତ ନିର୍ବାଚନ ବିଳମ୍ବ ହୋଇପାରେ।  ଏ ନେଇ ସୂଚନା ଦେଇଛନ୍ତି  ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ।  ରାଜ୍ୟ ସରକାର ତାଙ୍କ କାମ ସାରିନଥିବାରୁ ବିଳମ୍ବ ହୋଇପାରେ ବୋଲି କହିଛନ୍ତି ସଚିବ।

ସୂଚନାଥାଉ କି, ଏସବୁ କାମ ସାରିବା ପାଇଁ ରାଜ୍ୟ ନିର୍ବାଚନ କମିଶନ ବାରମ୍ବାର ଚିଠି ଦେଖିବା ସତ୍ତ୍ୱେ ରାଜ୍ୟ ସରକାର ଚୁପ ବସିଛନ୍ତି।  ଏ ନେଇ ରାଜ୍ୟ ନିର୍ବାଚନ କମିଶନ ଜାନୁଆରୀ ମାସରେ ୨ ଥର ପଞ୍ଚାୟତ ରାଜ ବିଭାଗକୁ ଚିଠି ଲେଖିଥିଲେ। ପରେ ମାର୍ଚ୍ଚ ୧୦ ତାରିଖରେ  ଆଉ ଥରେ ବିଭାଗକୁ ଚିଠି ଲେଖିଥିଲେ। ୱାର୍ଡ ସୀମା ନିର୍ଦ୍ଧାରଣ ଏବଂ ଆସନ ସରଂକ୍ଷଣ ପକ୍ରିୟା ଏପ୍ରିଲ ୩୦ ସୁଦ୍ଧା ସାରିବାକୁ ଏହି ଚିଠିରେ କୁହାଯାଇଥିଲା।

Spread the love