
ସମ୍ବଲପୁର: ନିଶା ବେପାରୀଙ୍କ ଫୋକସ୍ରେ ସମ୍ବଲପୁର ସହର। ସହରରେ ମାତିଛନ୍ତି ବ୍ରାଉନସୁଗର ବେପାରୀ ଓ ଟାର୍ଗେଟ୍ରେ କଲେଜ ଛାତ୍ରଛାତ୍ରୀ ଏବଂ ଯୁବପିଢ଼ୀ। ସମ୍ବଲପୁରରୁ କୋଲକାତା ଓ ଝାଡ଼ଖଣ୍ଡକୁ ଲମ୍ବିଛି ଏହି ନେଟ୍ଓ୍ୱର୍କ। ୧୦ ଦିନ ଭିତରେ ଏଭଳି ୩ଟି ଘଟଣା ସାମ୍ନାକୁ ଆସିବା ପରେ ଏବେ ଆକ୍ସନ ମୋଡ୍ରେ ପୋଲିସ୍। ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ଇଣ୍ଟେଲିଜେନସ୍କୁ ଅଧିକ କ୍ରିୟାଶୀଳ କରାଯାଇଛି।
ବ୍ରାଉନସୁଗର ଚୋରା ଚାଲାଣ ହେଉଥିବା ଖବର ପାଇ ୨୦୨୧ ଜୁନ୍ ୬ରେ ସମ୍ବଲପୁର-ଝାରସୁଗୁଡା ରାସ୍ତାର ରେଙ୍ଗାଲି ନୂଆ ରମ୍ପେଲାଠାରେ ସ୍ପେଶାଲ ସ୍କ୍ୱାଡ୍ ଓ ରେଙ୍ଗାଲି ପୋଲିସ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ଏକ କାର୍ରୁ ୬୨ ଗ୍ରାମ୍ ବ୍ରାଉନସୁଗର ଜବତ ହୋଇଥିଲା। ଏହି ଘଟଣାରେ ପୋଲିସ୍ ୩ ଜଣଙ୍କୁ ଗିରଫ କରିବା ସହ ୫ ଲକ୍ଷ ଟଙ୍କା ମଧ୍ୟ ଜବତ କରିଥିଲା।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍