February 15, 2026

ଶରଦ ପାୱାରଙ୍କ ବୈଠକରେ ସାମିଲ ହୋଇଥିଲେ ମଧ୍ୟ ରାଜନୀତିରେ ଯୋଗ ଦେବେନି ଗୀତିକାର ଜାଭେଦ ଅଖତାର

 

ନୂଆଦିଲ୍ଲୀ: ଏନ୍‌ସିପି ସୁପ୍ରିମୋ ଶରଦ ପାୱାରଙ୍କ ନୂଆଦିଲ୍ଲୀସ୍ଥିତ ବାସଭବନରେ ଗତକାଲି ବିରୋଧୀ ଦଳ ନେତାମାନଙ୍କ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକକୁ କେବଳ ରାଜନେତା ନୁହନ୍ତି ବିଭିନ୍ନ ବର୍ଗର ଖ୍ୟାତନାମା ବ୍ୟକ୍ତିବିଶେଷ ମଧ୍ୟ ଆସିଥିଲେ। ସେମାନଙ୍କ ମଧ୍ୟରେ ଥିଲେ ଗୀତିକାର ଜାଭେଦ ଅଖତାର। ବୈଠକରେ ଯୋଗ ଦେବା ପରେ ଶରଦ ପାୱାରଙ୍କ ତୃତୀୟ ସାମ୍ମୁଖ୍ୟରେ ସେ ସାମିଲ ହେବେ ବୋଲି ଚର୍ଚ୍ଚା ଜୋର ଧରିଥିଲା | ତେବେ ବୈଠକରେ ଯୋଗ ଦେଇଥିଲେ ବି ଜାଭେଦ ଅଖତାର ରାଜନୀତିରେ ଯୋଗ ଦେବେ ନାହିଁ ବୋଲି ଜଣାପଡିଛି |

ଜାଭେଦସାବଙ୍କ ଅତି ନିକଟ ସୂତ୍ରରୁ ଏହା ସ୍ପଷ୍ଟ ହୋଇଛି | ସୂତ୍ରରୁ ଜଣାପଡିଛି ଯେ, ତାଙ୍କୁ ଏକ ନୂତନ ରାଜନୈତିକ ମିଳିତ ମଞ୍ଚ ଗଠନ ପ୍ରସ୍ତାବ ସହିତ ମଙ୍ଗଳବାର ଦିନ ବୈଠକ ପାଇଁ ଶରଦ ପାୱାରଜୀ ନିମନ୍ତ୍ରଣ କରିଥିଲେ। ଜାଭେଦ ସାର ଶରଦ ପାୱାରଜୀଙ୍କ ସମେତ ଶିକ୍ଷାବିତ୍ ତଥା ବୁଦ୍ଧିଜୀବୀଙ୍କ ସହ ଆଲୋଚନା କରି ଦେଶ ସମ୍ମୁଖୀନ ହେଉଥିବା ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି। ତାଙ୍କର ଏବେ ରାଜନୀତିରେ ଯୋଗ ଦେବାର ଯୋଜନା ନାହିଁ | ସୂତ୍ରରୁ ଆହୁରି ଜଣାପଡ଼ିଛି ଯେ ଜାଭେଦ ଏବଂ ତାଙ୍କ ପତ୍ନୀ ଶବାନା ଆଜମୀ ସକ୍ରିୟ ରାଜନୀତିରେ ବିଶ୍ୱାସ କରନ୍ତି ନାହିଁ।

Spread the love