
ସାଉଥହାମ୍ପଟନ: ଇଂଲଣ୍ଡର ସାଉଥହାମ୍ପଟନଠାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ବିଶ୍ବ ଟେଷ୍ଟ ଚାମ୍ପିଅନସିପର ଫାଇନାଲ ମ୍ୟାଚର ଆଜି ହେଉଛି ୬ଷ୍ଠ ତଥା ଅନ୍ତିମ ଦିବସ । ଅନ୍ତିମ ଦିନରେ ଖେଳର ଉତ୍କଣ୍ଠା ବଢିଯାଇଛି ।
ଆଜି ଭାରତ ନିଜର ଗତକାଲିର ସ୍କୋର ୨ ଓ୍ବିକେଟରେ ୬୪ରନରୁ ଆଗକୁ ଖେଳିବା ଆରମ୍ଭ କରିଥିଲା । କିନ୍ତୁ ଆଜିର ଖେଳ ଆରମ୍ଭରୁ ହିଁ ଭାରତ ଆଉ ଦୁଇଟି ଓ୍ବିକେଟ ହରାଇ ବିପଦରେ ପଡ଼ିଯାଇଛି । ଆଜି ଦଳୀୟ ସ୍କୋର ୭୧ ରନ ହୋଇଥିବାବେଳେ ଭାରତୀୟ ଦଳ ଅଧିନାୟକ ବିରାଟ କୋହଲିଙ୍କ ଓ୍ବିକେଟ ହରାଇଥିଲା । ସେ ମାତ୍ର ୧୩ ରନ କରି ଜେମିସନଙ୍କ ବଲରେ ଓ୍ବାଟଲିଂଙ୍କ ହାତରେ ଧରାପଡ଼ିଥିଲେ । ସେହିପରି ଦଳୀୟ ସ୍କୋର ୭୨ ରନ ହୋଇଥିବାବେଳେ ଚେତେଶ୍ବର ପୂଜାରା ଆଉଟ ହୋଇଥିଲେ । ସେ ୮୦ ଟି ବଲ ଖେଳି ମାତ୍ର ୧୫ ରନ କରିଥିଲେ । ଏହାର କିଛି ସମୟ ପରେ ଅଜିଙ୍କ୍ୟ ରାହାଣେ ବି ମାତ୍ର ୧୫ ରନ କରି ଆଉଟ ହୋଇଥିଲେ ।
ଏବେ କ୍ରିଜରେ ଋଷଭ ପନ୍ତ ଓ ରବୀନ୍ଦ୍ର ଜାଦେଜା ଅଛନ୍ତି । ସର୍ବଶେଷ ଖବର ମିଳିବା ପର୍ଯ୍ୟନ୍ତ ଭାରତ ୫ ଓ୍ବିକେଟ ହରାଇ ୧୧୪ ରନ କରିଛି । ଏହା ସହିତ ଭାରତ ନ୍ୟୁଜିଲାଣ୍ଡଠାରୁ ୮୨ ରନରେ ଆଗୁଆ ଅଛି ।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍