
ଭୁବନେଶ୍ୱର: ବଂଶଧାରା ଜଳବିବାଦ ଟ୍ରିବ୍ୟୁନାଲ ନେରାଡିଠାରେ ଆନିକଟ ନିର୍ମାଣ ପାଇଁ ଆନ୍ଧ୍ରପ୍ରଦେଶକୁ ଅନୁମତି ଦେଇଛନ୍ତି । ଟ୍ରିବ୍ୟୁନାନାଲର ନିଷ୍ପତ୍ତି ଅନୁଯାୟୀ, ବ୍ୟାରେଜରେ ଦୁଇଟି ମୁଖ୍ୟ ସ୍ଲୁଇସ ଫାଟକ ରହିବ । ଆନ୍ଧ୍ରପ୍ରଦେଶର ଜଳସେଚନ ବ୍ୟବସ୍ଥା ପାଇଁ ବାମପଟେ ଓ ଓଡିଶା ପାଇଁ ଦକ୍ଷିଣ ପାର୍ଶ୍ୱରେ ମଧ୍ୟ ଅନୁରୂପ ସ୍ଲୁଇସ୍ ଫାଟକ ରହିବ ।
ଆନ୍ଧ୍ର-ଓଡ଼ିଶା ବଂଶଧାରା ଜଳ ବିବାଦ ଦୀର୍ଘ ବର୍ଷ ଧରି ଚାଲି ଆସିଛି । ଏହାର ସମାଧାନ ପାଇଁ ଟ୍ରିବ୍ୟୁନାଲ ଗଠନ କରାଯାଇଛି । ପୂର୍ବରୁ ଏହି ବିବାଦ ନେଇ ଅନେକ ଥର ଶୁଣାଣି ହୋଇଛି । ହେଲେ ସମାଧାନ ହୋଇପାରି ନାହିଁ । ସୁପ୍ରିମ୍କୋର୍ଟଙ୍କ ନିର୍ଦେଶ ପରେ ଏହି ଟ୍ରିବ୍ୟୁନାଲର ଅଧ୍ୟକ୍ଷ ଜଷ୍ଟିସ୍ ଡ. ମୁକୁନ୍ଦକମ୍ ଶର୍ମା ।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍