
ଭଦ୍ରକ: ଧଳା ଜହର କାରବାରର ପୁଣି ଏକ ଘଟଣା ଭଦ୍ରକ ସହରରେ ଦେଖିବାକୁ ମିଳିଛି । ଗତକାଲି ଭଦ୍ରକ ଟାଉନ ଥାନା ଏସ୍ଆଇ ପ୍ରଭାସିନୀ ପୁହାଣଙ୍କ ନେତୃତ୍ୱରେ ଏକ ଟିମ ଯାନବାହାନ ଯାଂଚ କରୁଥିବା ସମୟରେ ସଂଦେହଜନକ ଅବସ୍ଥାରେ ଯାଉଥିବା ଏକ ବାଇକକୁ ଅଟକାଇଥିଲେ । ପୁଲିସ ବାଇକରେ ଥିବା ୨ ଜଣଙ୍କ ଠାରୁ ୧୧୨ ଗ୍ରାମର ବ୍ରାଉନ ସୁଗାର ଜବତ କରିଛି । ପୁଲିସ ଅଭିଯୁକ୍ତ ଜଗବନ୍ଧୁ ଲେଙ୍କା ଓ ଇନ୍ଦ୍ରମଣି ସାହୁଙ୍କୁ ଗିରଫ କରିଛି । ଏଥି ସହିତ ପୁଲିସ ବାଇକ୍ (ଓଡି ୨୨ପି ୭୩୪୭), ମୋବାଇଲ ଫୋନ ଜବତ କରିଛି ।
ଭଦ୍ରକ ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ସାର୍ଥକ ରାୟ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଭଦ୍ରକରେ ବ୍ରାଉନ ସୁଗାର କାରବାର କରୁଥିବା କଳା ବେପାରୀଙ୍କ ଉପରେ ପୁଲିସ ନଜର ରଖିବ । ଏହି କାମରେ ସଂପୃକ୍ତ ଥିବା ବେପାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ।
ସୂଚନାଯୋଗ୍ୟ, ଭଦ୍ରକ ସହରରେ ଦିନକୁ ଦିନ ଧଳା ଜହର କାରବାର ବଢ଼ିବାରେ ଲାଗିଛି । ପୁଲିସ ହାତରେ ଅନେକ ଅଭିଯୁକ୍ତ ଗିରଫ ହେଉଥିଲେ ବି ଅନ୍ୟମାନେ ଏଥିରୁ ସତର୍କ ରହୁନାହାନ୍ତି । କୁହାଯାଉଛି ଯେ, ପଡୋଶୀ ବାଲେଶ୍ୱରରୁ ବ୍ରାଉନ ସୁଗାର ଆସୁଛି ଏବଂ ଅନ୍ୟ ଜିଲ୍ଲାକୁ ଯୋଗାଣ ଚାଲିଛି ।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍