July 13, 2025

୩୦ ଜିଲ୍ଲା ପାଇଁ ୬ ବରିଷ୍ଠ ପର୍ଯ୍ୟବେକ୍ଷକ ନିଯୁକ୍ତ କଲା ବିଜେଡି

 

  • ବିଜେଡି ପକ୍ଷରୁ ୬ ଜଣଙ୍କୁ ବରିଷ୍ଠ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ
  • ପୂର୍ବର ସମସ୍ତ ନିର୍ଦ୍ଦେଶକୁ ବାତିଲ କରି ନୂଆ ପର୍ଯ୍ୟବେକ୍ଷକ ନିଯୁକ୍ତ
  • ଏଥିସହ ୩୦ଟି ଜିଲ୍ଲା ପାଇଁ ବିଜେଡି ପର୍ଯ୍ୟବେକ୍ଷକ ନିଯୁକ୍ତ
ଭୁବନେଶ୍ୱର: ବିଜେଡି ପକ୍ଷରୁ ୬ ଜଣଙ୍କୁ ବରିଷ୍ଠ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରାଯାଇଛି। ଏହି ସିନିୟର ଅବଜରଭର୍‌ ତାଲିକାରେ ବିକ୍ରମ କେଶରୀ ଆରୁଖ, ଦେବୀ ପ୍ରସାଦ ମିଶ୍ର, ନିରଞ୍ଜନ ପୂଜାରୀ, ସୌମ୍ୟରଞ୍ଜନ ପଟ୍ଟନାୟକ, ପ୍ରସନ୍ନ ଆଚାର୍ଯ୍ୟ, ମହେଶ୍ୱର ମହାନ୍ତିଙ୍କ ନାଁ ରହିଛି।
ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ସୋନପୁର, ଦେବଗଡ, ଅନୁଗୁଳ, ଢେଙ୍କାନାଳ ଦାୟିତ୍ୱ ଦିଆଯାଇଥିବା ବେଳେ ପ୍ରସନ୍ନ ଆଚାର୍ଯ୍ୟଙ୍କୁ କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ ଓ ବାଲେଶ୍ୱର ଦାୟିତ୍ୱ ମିଳିଛି।ମହେଶ୍ୱର ମହାନ୍ତିଙ୍କୁ ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାର ଦାୟିତ୍ୱ ଦିଆଯାଇଛି। ଏଥିସହ ୩୦ଟି ଜିଲ୍ଲା ପାଇଁ ବିଜେଡି ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଛି। ପୂର୍ବର ସମସ୍ତ ନିର୍ଦ୍ଦେଶକୁ ବାତିଲ କରି ନୂଆ ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଛି। ବଲାଙ୍ଗିର ଓ ଦେବଗଡ଼ ଦାୟିତ୍ୱରେ ମନ୍ତ୍ରୀ ସୁଶାନ୍ତ ସିଂହ ରହିଥିବା ବେଳେ ପ୍ରତାପ କେଶରୀ ଦେବଙ୍କୁ ବାଲେଶ୍ୱର, ସମୀର ରଞ୍ଜନ ଦାଶଙ୍କୁ ଜଗତସିଂହପୁର, ଉଷା ଦେବୀଙ୍କୁ କଟକ ଦାୟିତ୍ୱ ଦିଆଯାଇଛି।
Spread the love