ଭୁବନେଶ୍ୱର: ବିପର୍ଯ୍ୟୟ ଆଣି ଦେଇଛି କରୋନା। ନୂଆ ନୂଆ ଲକ୍ଷଣ, ନୂଆ ଭାରିଏଣ୍ଟ ଡାକ୍ତର, ବିଶେଷଜ୍ଞଙ୍କ ନିଦ ହଜାଇ ଦେଲାଣି। କରୋନାକୁ ନେଇ ସବୁଦିନ ନୂଆ ନୂଆ ସମସ୍ୟା ଦେଖିବାକୁ ମିଳୁଛି। ଏବେ କୋଭିଡର ପୁଣି ଏକ ନୂଆ ଲକ୍ଷଣ ଦେଖିବାକୁ ମିଳିଛି । କୋଭିଡ୍ ସଂକ୍ରମଣ ଯୋଗୁଁ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି ହେଉଥିବାବେଳେ ଏବେ ରୋଗୀର ମଳଦ୍ୱାରରୁ ରକ୍ତ ପଡୁଥିବା ନଜରକୁ ଆସିଛି।
ଦିଲ୍ଲୀ ସ୍ଥିତ ଶ୍ରୀଗଙ୍ଗାରାମ ହସ୍ପିଟାଲର ଯକୃତ ବିଭାଗ ମୁଖ୍ୟ ଅନୀଲ ଆରୋରା ଏହି ସୂଚନା ଦେଇ କହିଛନ୍ତି,ସାଇଟୋମେଗାଲୋ ଭାଇରସ୍ ଦ୍ୱାରା ଯେଉଁମାନେ ସଂକ୍ରମିତ ହୋଇଥିଲେ, ସେମାନଙ୍କଠାରେ ଏହି ସବୁ ଲକ୍ଷଣ ଦେଖିବାକୁ ମିଳିଥିଲା। ଭାରତରେ ପ୍ରଥମଥର ପାଇଁ ୫ଜଣ କୋଭିଡ୍ ଆକ୍ରାନ୍ତଙ୍କ ଠାରେ ଏହି ସମସ୍ୟା ଦେଖା ଦେଇଥିଲା।
ଆହୁରି ପଢ଼ନ୍ତୁ
ଏପ୍ରିଲ-ମେ ମାସରେ କରୋନାର ଦ୍ୱିତୀୟ ସଂକ୍ରମଣ ବେଳେ ୫ଜଣ ରୋଗୀଙ୍କ ତଳିପେଟରେ ଯନ୍ତ୍ରଣା ସହ ଝାଡାରେ ରକ୍ତ ପଡିଥିଲା। କୋଭିଡ ସଂକ୍ରମଣ ହେବାର ୨୦ରୁ ୩୦ ଦିନ ମଧ୍ୟରେ ରୋଗୀଙ୍କ ଠାରେ ଏହି ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଇଥିଲା। ଆକ୍ରାନ୍ତଙ୍କ ମାନଙ୍କ ବୟସ ୩୦ରୁ ୭୦ବର୍ଷ ମଧ୍ୟରେ ଥିଲା ।
More Stories
ଡିସେମ୍ବର ୧୭ରୁ ମରାମତି ହେବ ରତ୍ନଭଣ୍ଡାର
ସୁଜିତ କୁମାର ରାଜ୍ୟସଭାକୁ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ !!!
୨ଟି ରାଜ୍ୟର ଅଧ୍ୟକ୍ଷ ଓ ୬ଟି ରାଜ୍ୟର ପ୍ରଭାରୀ ନିଯୁକ୍ତ କଲା ବିଜେପି