
ନବରଙ୍ଗପୁର ୩୦।୬: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଏକ ମୋବାଇଲ ଦୋକାନରୁ ମଙ୍ଗଳବାର ରାତିରେ ଚୋର ପଶି କଳାକନା ବୁଲାଇଛି । ଦୋକାନୀ ଥାନାରେ ଏଥଲା ଦେବା ପରେ ଝରିଗାଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।
ସୂଚନାଯୋଗ୍ୟ ଯେ, ମଙ୍ଗଳବାର ରାତି ପ୍ରାୟ ୧୧ଟା ୩୦ମିନିଟ୍ ସମୟରେ ଝରିଗାଁ ବ୍ଲକରେ ଥିବା ଏକ ମୋବାଇଲ ଦୋକାନରୁ ପ୍ରାୟ ୧୦ ଗୋଟି ମୋବାଇଲ ଏବଂ ମୋବାଇଲ ଆସେସୋରୀ ଚୋରି କରି ନେଇଥିବା ବେଳେ ଅନ୍ୟ ଏକ ମୋବାଇଲ ଦୋକାନର ତାଲା ଭାଙ୍ଗୁଥିଲେ । ଏହି ସମୟରେ ଝରିଗାଁ ପୋଲିସ ସେହି ରାସ୍ତା ଦେଇ ପାଟ୍ରୋଲିଂ କରୁଥିବା ବେଳେ ଚୋର ପୋଲିସକୁ ଦେଖି ଦୌଡି ପଳାଇଥିଲେ । ପୋଲିସ ଚୋରକୁ ଧରିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ଚୋର ଖସି ପଳାଇଥିଲେ ।
ତେବେ ସିସିଟିଭିରେ ଚୋରି କରୁଥିବା ଦୃଶ୍ୟ କଏଦ ହୋଇଛି । ତେବେ ଝରିଗାଁ ସଦରରେ ବାରମ୍ବାର ମୋବାଇଲ ଦୋକାନ ଚୋରି ହେଉଥିବା ବେଳେ ଏପର୍ଯ୍ୟନ୍ତ ଝରିଗାଁ ପୋଲିସକୁ କୌଣସି ସଫଳତା ମିଳିପାରିନାହିଁ। କରୋନା କାଳରେ ଝରିଗାଁରେ ବାରମ୍ବାର ଚୋରି ହେଉଥିବା ନେଇ ଦୋକାନୀମାନଙ୍କର ରାତିର ନିଦ ହଜିଯାଇଛି।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍