
ଜୁଲାଇରେ ଭାରତରେ ମୌସୁମୀ ସ୍ଵାଭାବିକ ରହିବ। ତେବେ ଓଡ଼ିଶାରେ ମୌସୁମୀ ସ୍ଵାଭାବିକ ରହିବା ସହ ଆସନ୍ତା ସପ୍ତାହରେ ତାତିରୁ ମୁକ୍ତି ମିଳିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ବିଶେଷ କରି ଉତ୍ତର ଓଡ଼ିଶାରେ ସ୍ଵାଭାବିକ କିମ୍ବା ଏଥିରୁ କମ୍ ବର୍ଷା ହେବା ସହ ଦକ୍ଷିଣ ଓଡ଼ିଶାରେ ବର୍ଷା ସ୍ବାଭାବିକ ରହିବ। ଓଡ଼ିଶାରେ ‘ୟାସ୍’ ବାତ୍ୟା ପରେ କୌଣସି ଲଘୁଚାପ ସୃଷ୍ଟି ହୋଇନାହିଁ ।
ତେବେ ଆସନ୍ତା ୧୦ରୁ ୧୨ତାରିଖ ଭିତରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଯାହା ଫଳରେ ଯେଉଁ ୧୪ଟି ଜିଲ୍ଲାରେ କମ୍ ବର୍ଷ ହୋଇଛି ହୁଏତ ଏହି ଜିଲ୍ଲା ଗୁଡ଼ିକରେ ତାର ଭରଣା ହୋଇପାରେ ବୋଲି ସୂଚନା ଦେଇଛନ୍ତି ଭାରତୀୟ ପାଣିପାଗ ବିଭାଗ ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍