October 21, 2025

ସ୍ତ୍ରୀ ଓ ଝିଅକୁ ହାଣିବା ପରେ ସ୍ୱାମୀର ଆତ୍ମହତ୍ୟା

 

ଜଗତସିଂହପୁର: ଜଗତସିଂହପୁର ଥାନା ଓଡ଼ିଶୋ ପଞ୍ଚାୟତ ଚାନ୍ଦ ପାଟଣା ଗାଁରେ ଅଭାବନୀୟ ଘଟଣା। ସ୍ତ୍ରୀ ଓ ଝିଅକୁ ହାଣିବା ପରେ ସ୍ୱାମୀ ଆତ୍ମହତ୍ୟା କରିଥିବା ଘଟଣା ଚାଞ୍ଚଲ୍ୟ ଖେଳାଇଦେଇଛି।
ସୂଚନା ଅନୁସାରେ ଲୋକନାଥ ପାଲ୍ ନିଜ ଧର୍ମପତ୍ନୀ କଳ୍ପନା ପାଲ୍ ଓ ଝିଅ ଲକି ପାଲ୍ କୁ ଆଜି ଭୋରୁ ଏକ ଧାରୁଆ ଅସ୍ତ୍ରରେ ଅତି ନିର୍ମମ ଭାବେ ହାଣି ନିଜେ ରସି ଲଗାଇ ଆତ୍ମହତ୍ୟା କରିଛି। ଗୁରୁତର କଳ୍ପନା ଓ ଲକିକୁ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ହେଲେ ଝିଅ ଲକିକୁ ଡାକ୍ତର ମୃତ ଘୋଷଣା କରିଛନ୍ତି। କଳ୍ପନାଙ୍କ ଅବସ୍ଥା ଗୁରୁତର ଅଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ଅଭାବ ଅନାଟନ ପାଇଁ ଏଭଳି ଘଟଣା ଘଟିଥିବା ଅନୁମାନ କରାଯାଉଛି।

Spread the love