
ଭୁବନେଶ୍ବର ୪।୭: ଲକଡାଉନ୍ ଓ ସଟଡାଉନ୍ ର ସୁଯୋଗ ନେଇ ରାଜଧାନୀରେ ମାତିଛନ୍ତି ଲୁଟେରା । କେତେବେଳେ କାହା ଘରେ କଳାକନା ବୁଲାଇଲେଣି ତ କେତେବେଳେ ଦୋକାନ ଲୁଟିଲେଣି । ପୁଣି କେତେବେଳେ ରାସ୍ତାରେ ଅଟକାଇ ଟଙ୍କା ପଇସା ଛଡାଇନେଲେଣି ତ ପୁଣି କେତେବେଳେ ଚଳନ୍ତା ଗାଡିରୁ ଅଳଙ୍କାର ଝାମ୍ପି ନେଇ ଫେରାର ହୋଇଯାଉଛନ୍ତି । ଏଭଳି ଏକ ଲୁଟେରା ଗ୍ୟାଙ୍ଗକୁ ରାଜଧାନୀରୁ ଗିରଫ କରଛି କମିଶନରେଟ୍ ପୋଲିସ ।
ଏହି ଲୁଟେରା ଗ୍ୟାଙ୍ଗର ତିନି ସଦସ୍ୟଙ୍କୁ ଗିରଫ କରିବା ସହ ୭ଟି ବାଇକ୍ ଓ ୧୧ଟି ମୋବାଇଲ ଫୋନ୍ ଜବତ କରାଯାଇଛି । ତିନି ଲୁଟେରା କଟକ, ଭୁବନେଶ୍ବର ଏବଂ ଗଞ୍ଜାମରେ ଲୁଟପାଟ କରୁଥିଲେ । ଏମାନଙ୍କ ସହ ଅନ୍ୟ କାହାର ସମ୍ପୃକ୍ତି ରହିଛି ସେନେଇ ପୋଲିସ ତଦନ୍ତ ଜାରି ରଖିଛି ।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍