July 8, 2025

ଗାଁ ମୁହାଁ ହାତୀ ପଲ, ଆତଙ୍କିତ ଅଞ୍ଚଳବାସୀ

 

ଢେଙ୍କାନାଳ ୭।୭: କିଛି ଦିନ ବ୍ୟବଧାନ ପରେ ପୁଣି ହାତୀ ପଲ ଆସିଛନ୍ତି । ଯାହାକୁ ନେଇ ଆତଙ୍କିତ ହୋଇପଡିଛନ୍ତି ଅଞ୍ଚଳବାସୀ । ଢେଙ୍କାନାଳ ସହର ଉପକଣ୍ଠର ବୋରାପଦା ଗହମଖୁଣ୍ଟି ଅଂଚଳରେ ଏହି ହାତୀପଲଙ୍କୁ ଦେଖିବାକୁ ମିଳିଛି । ହାତୀପଲ ଗହମଖୁଣ୍ଟି ଗ୍ରାମ ପାଖ ରେ ଖୋଳାଯାଉଥିବା ଏକ ପୋଖରୀରେ ଗାଧୋଉଥିବା ଦେଖାଯାଇଛି । ଏହି ହାତୀ ପଲରେ ଚାରି ପାଞ୍ଚୋଟି ହାତୀ ରହିଥିବା ବେଳେ ଦନ୍ତା ହାତୀ ଦୁଇଟି ରହିଛନ୍ତି । ହାତୀ ପଲ ଗହମଖୁଣ୍ଟି ଗ୍ରାମ ନିକଟସ୍ଥ ଏକ ରଗଡ଼ାରେ ରହିଛନ୍ତି । ଏହି ହାତୀ ପଲଙ୍କ ଉପସ୍ଥିତି ନେଇ ଗହମଖୁଣ୍ଟି, କାଇଁଶ,ସଂଖୁଆ, ଗୋବିନ୍ଦପୁର, ହୁଣ୍ଡି ସାହି, କୁଶୁପଦା ଓ ବୋରାପଦା ତଥା ଢେଙ୍କାନାଳ ସହରର ଇଛାଦେଇପୁର  ଓ ଶ୍ୟାମଚରଣପୁର ଆଦି ଅଂଚଳରେ ଉପଦ୍ରବ କରିବାର ଯଥେଷ୍ଟ ଆଶଙ୍କା କରାଯାଇଛି । ଫଳରେ ଏହି ଅଂଚଳବାସୀ ହାତୀପଲଙ୍କ ଭୟରେ ଆତଙ୍କିତ ହୋଇପଡିଛନ୍ତି ।

Spread the love