
ଢେଙ୍କାନାଳ ୭।୭: ଢେଙ୍କାନାଳ ସଦର ବ୍ଲକ ସମ୍ମୁଖରେ ବାଜିଲା ମୃଦଙ୍ଗ ଓ ଗିନି । ସଂକୀର୍ତ୍ତନ ମାଧ୍ୟମରେ କଂଗ୍ରେସ କର୍ମୀମାନେ କଲେ ଅଭିନବ ପ୍ରତିବାଦ । ଢେଙ୍କାନାଳ ଜିଲ୍ଲା କଂଗ୍ରେସ ପକ୍ଷରୁ ସଦର ବ୍ଲକ ସମ୍ମୁଖରେ ଏପରି ଅଭିନବ ପ୍ରତିବାଦ କରିଥିବା ଦେଖାଯାଇଛି । ପେଟ୍ରୋଲିୟମ ଓ କୃଷିଜାତ ଦ୍ରବ୍ୟର ଅହେତୁକ ଦର ବୃଦ୍ଧିର ପ୍ରତିବାଦ କରି ଢେଙ୍କାନାଳରେ କଂଗ୍ରେସ କର୍ମୀମାନେ ଏପରି ପ୍ରତିବାଦ କରିଥିବା ଦେଖିବାକୁ ମିଳିଛି । ଏପରିକି ପେଟ୍ରୋଲିୟମ, କୃଷିଜାତ ଦ୍ରବ୍ୟ ସାଙ୍ଗକୁ ଅତ୍ୟାବଶ୍ୟକ ସାମଗ୍ରୀଗୁଡିକର ମୂଲ୍ୟ ହ୍ରାସ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ବିଡ଼ିଓଙ୍କୁ ପ୍ରଦାନ କରିଛନ୍ତି ଆନ୍ଦୋଳନକାରୀ କଂଗ୍ରେସ କର୍ମୀ ।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍