
ଭୁବନେଶ୍ଵର ୦୭।୦୭: ଜିନ୍ଦଲ ଷ୍ଟିଲ୍ ଆଣ୍ଡ୍ ପାଓ୍ଵାର ଲିମିଟେଡ୍(ଜେଏସପିଏଲ) ଆଗାମୀ ୧୦ ବର୍ଷରେ ଓଡିଶାରେ ଏକ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ କରିବ। ଏହାର ସୂଚନା ଦେଇଛନ୍ତି ଜିନ୍ଦଲ କମ୍ପାନୀର ଚେୟାରମ୍ୟାନ ନବୀନ ଜିନ୍ଦଲ। ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କମ୍ପାନୀର ବରିଷ୍ଠ ଅଧିକାରୀଙ୍କ ସହ ଗୁରୁତ୍ଵପୂର୍ଣ୍ଣ ବୈଠକ ବସିଥିଲା। ବୈଠକରେ ୧ ଲକ୍ଷ ୪୬ ହଜାର ୧୭୨ କୋଟି ଟଙ୍କାର ପାଞ୍ଚ ପ୍ରମୁଖ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ ଦିଆଯାଇଛି।
ଏହା ପରେ ଜେଏସପିଏଲ ତରଫରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦିଆଯାଇଛି। ରାଜ୍ୟ ସରକାରଙ୍କ ଏହି ମଞ୍ଜୁରୀ ପରେ ଜେଏସପିଏଲର ୬ ଏମଟିପିଏର ଇସ୍ପାତ କ୍ଷମତା ୨୫.୨ ଏମଟିପିସିଏକୁ ବୃଦ୍ଧି ଘଟିବ। ଏହି ବିସ୍ତାର ପରେ ଅନୁଗୋଳରେ ଥିବା ପ୍ଲାଣ୍ଟ ବିଶ୍ଵର ସବୁଠୁ ବଡ ଇସ୍ପାତ ପ୍ଲାଣ୍ଟରେ ପରିଣତ ହେବ। ଜିନ୍ଦଲ ମଙ୍ଗଳବାର ଟ୍ଵିଟ୍ କରି ମଙ୍ଗଳବାର ଏହାର ସୂଚନା ଦେଇଛନ୍ତି। ସେ କହିଛନ୍ତି, ଆଗାମୀ ୧୦ ବର୍ଷରେ ଜେଏସପିଏଲ ଓଡିଶାରେ ଏକ ଲକ୍ଷ କୋଟି ଟଙ୍କା ପୁଞ୍ଜି ନିବେଶ କରିବ। ଏଥିରେ ରାଜ୍ୟରେ ବ୍ୟାପକ ଭାବେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏହି ଧରଣର ନିଷ୍ପତ୍ତି ଶିଳ୍ପ କ୍ଷେତ୍ରକୁ ଅଧିକ ପ୍ରୋତ୍ସାହନ କରିବା ସହ ବିଶ୍ଵାସ ବଢାଇବ। ଏହା ସମୃଦ୍ଧ ଓଡିଶା ଓ ଏକ ଆତ୍ମ ନିର୍ଭର ଭାରତ ନିର୍ମାଣ ଦିଗରେ ପ୍ରୟାସକୁ ବଳ ଯୋଗାଇବ।
ଏହି ପ୍ରକଳ୍ପରେ ଓଡିଶାର ଇସ୍ପାତ ଉତ୍ପାଦନ ପ୍ରାୟ ଦୁଇ ଗୁଣ ବୃଦ୍ଧି ପାଇ ୫୮ ମିଲିୟନ ଟନ୍ରେ ପହଞ୍ଚିବ। ଏଥିସହ ପ୍ରାୟ ୨୭୦୦୦ ରୋଜଗାର ସୃଷ୍ଟି ହେବ। ରାଜ୍ୟ ସରକାର ମଞ୍ଜୁର ଦେଇଥିବା ଅନ୍ୟ ଶିଳ୍ପ ପ୍ରକଳ୍ପ ମଧ୍ୟରେ ସମ୍ବଲପୁରରେ ଭୂଷଣ ପାଓ୍ଵାର ଓ ଷ୍ଟିଲ୍ ଇଣ୍ଟିଗ୍ରେଟେଡ୍ ଷ୍ଟିଲ୍ ପ୍ଲାଣ୍ଟର ବିସ୍ତାର, ଟାଟା ଷ୍ଟିଲ ଲିମିଟେଡ୍ ଅଶୋଧିତ ଇସ୍ପାତ ତତ୍ପାଦନଦର ବିସ୍ତାରମ, ହଟ୍ ରୋଲ୍ଡ କାଇଲ୍, କୋଲ୍ଡ ପ୍ରକଳ୍ପ ବିସ୍ତାର ସାମିଲ। ଏହା ବାଦ୍ ଯାଜପୁରରେ ରୋଲ୍ଡ ଓ ଲଙ୍ଗ୍ ପ୍ରୋଡକ୍ଟ ଏବଂ ଅନୁଗୋଳରେ ସ୍ଥିତ ଇଣ୍ଟିଗ୍ରେଟେଡ୍ ଷ୍ଟିଲ୍ ପ୍ଲାଣ୍ଟର ବିସ୍ତାର ହେବ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ଏହି ପ୍ରକଳ୍ପ ଦ୍ଵାରା ୨.୮ କୋଟି ଟନର ଇସ୍ପାତ ଉତ୍ପାଦନ ବଢିବ, ଯାହା ମୁଖ୍ୟମନ୍ତ୍ରୀଙ୍କ ୨୦୩୦ ସୁଦ୍ଧା ୧୦୦ ମିଲିୟନ ଟନ ପର୍ଯ୍ୟନ୍ତ ଉତ୍ପାଦନ କ୍ଷମତା ବଢାଇ ଓଡିଶାକୁ ଭାରତର ଇସ୍ପାତ କେନ୍ଦ୍ରରେ ପରିଣତ କରିବାର ଲକ୍ଷ୍ୟକୁ ଆଗକୁ ବଢାଇବ।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍