October 22, 2025

ରାଜ୍ୟରେ ଆଜି ୬୩ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

 

ଭୁବନେଶ୍ୱର: ରାଜ୍ୟରେ ଆଜି କରୋନା ଭାଇରସ ସଂକ୍ରମଣ ୬୩ ଜଣଙ୍କର ଜୀବନ ନେଇଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି । ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଅନୁଗୁଳରୁ ଜଣେ, ବଲାଙ୍ଗୀରରୁ ଜଣେ, ବାଲେଶ୍ୱରରୁ ୨, ବରଗଡ଼ରୁ ୭, ବୌଦ୍ଧରୁ ୩, ଢେଙ୍କାନାଳରୁ ୪, ଗଂଜାମରୁ ୫, ଗଜପତିରୁ ଜଣେ, ଯାଜପୁରରୁ ୩, ଜଗତସିଂହପୁରରୁ ୨, କେନ୍ଦ୍ରାପଡ଼ାରୁ ୪, କନ୍ଧମାଳରୁ ଜଣେ, ଖୋର୍ଦ୍ଧାରୁ ୧୩ (ଭୁବନେଶ୍ୱରରୁ ୯ଜଣ),  କେନ୍ଦୁଝରରୁ ୨, ମୟୂରଭଜଂରୁ ୬, ନୟାଗଡ଼ରୁ ୩ ଓ ପୁରୀରୁ ୫ ଜଣ କରୋନାରେ ମୃତ୍ୟୁ ହୋଇଛି ।

ସୂଚନାଯୋଗ୍ୟ, ରାଜ୍ୟରେ ଏପର୍ଯ୍ୟନ୍ତ ୧ କୋଟି ୪୬ ଲକ୍ଷ ୪୧ ହଜାର ୨୪୧ ଜଣଙ୍କର ନମୁନା ପରୀକ୍ଷା କରାଯାଇଛି । ଏଥିରୁ ୯ ଲକ୍ଷ ୪୧ ହଜାର ୭୪୫ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିରୁ ୯ ଲକ୍ଷ ୧୨ ହଜାର ୪୬୩ ଜଣ ଲୋକ ସୁସ୍ଥ ହୋଇଥିବା ବେଳେ ୨୪ ହଜାର ୫୬୭ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି  ।

Spread the love