
ଭୁବନେଶ୍ବର : ଯୁକ୍ତ୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପାଠ୍ୟକ୍ରମ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ପ୍ରକାଶ ଦିଗରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ତତ୍ପରତା ପ୍ରକାଶ କରିଛି। ପରିଷଦ ପରୀକ୍ଷା ନିୟନ୍ତ୍ରକ ଆଜି ସମସ୍ତ ଯୁକ୍ତ୨ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖି ଆସନ୍ତା ୧୫ ତାରିଖ ସୁଦ୍ଧା କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ଛାତ୍ରଛାତ୍ରୀଙ୍କ ମାର୍କ ତାଲିକା ସାମ୍ସ ଇ-ସ୍ପେସ୍ରେ ଅପ୍ଲୋଡ୍ କରିବାକୁ କୁହାଯାଇଛି। ଏନେଇ ଶିକ୍ଷାନୁଷ୍ଠାନଗୁଡ଼ିକୁ ଲିଙ୍କ୍ ପ୍ରଦାନ କରାଯାଇଛି।
ଏଥିସହ ମାନୁଆଲ୍ ଭାବେ ପ୍ରାକ୍ଟିକାଲ/ପ୍ରକଳ୍ପ ମାର୍କ କିଭଳି ଦାଖଲ ହୋଇପାରିବ ତାହାର ସବିଶେଷ ତଥ୍ୟ ପରିଷଦ ପକ୍ଷରୁ କଲେଜଗୁଡ଼ିକୁ ପଠାଯାଇଛି। ସେହିପରି ଥିଓରି ମାର୍କ ପ୍ରଦାନ ନେଇ ମଧ୍ୟ ପରିଷଦ କଲେଜ ଅଧ୍ୟକ୍ଷମାନଙ୍କ ସହଯୋଗ ଲୋଡ଼ିଛି। ୨୦୧୯-୨୦ ଶିକ୍ଷାବର୍ଷରେ ଯୁକ୍ତ୨ରେ ନାମ ଲେଖାଇବା ଛାତ୍ରଛାତ୍ରୀଙ୍କ ଦଶମ ମାର୍କ ସିଟ୍ ସମତେ ନାମଲେଖା ସମୟର ସମସ୍ତ କାଗଜପତ୍ର ଭଲ ଭାବେ ଯାଞ୍ଚ କରିବାକୁ କୁହାଯାଇଛି। ଆବଶ୍ୟକ ସ୍ଥଳେ ମାର୍କସିଟ୍ ସମ୍ପୃକ୍ତ ସ୍କୁଲକୁ ପଠାଯାଇ ଯାଞ୍ଚ କରାଯିବ।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍