
ରାଉରକେଲା ୧୫।୭: ରାଉରକେଲା ଉଦିତନଗର ସ୍ଥିତ କମ୍ଫର୍ଟ ହୋଟେଲର ଦେହ ବ୍ୟବସାୟ ଚାଲୁଥିବା ଖବର ପାଇ ବୁଧବାର ରାତି ପ୍ରାୟ ୯ଟାରେ ଚଢ଼ାଉ କରିଥିଲେ ଉଦିତ ନଗର ପୋଲିସ । ଚଢ଼ାଉ କରି ହୋଟେଲର ବନ୍ଦ କଠୋରୀରୁ ୫ ଜଣ ଯୁବତୀ ୨ ଗ୍ରାହକ ସହ ଦୁଇ ହୋଟେଲ ମ୍ୟାନେଜର, ହୋଟେଲ ମାଲିକଙ୍କୁ ଥାନାରେ ଅଟକ ରଖିଥିଲା । ଗୁରୁବାର ହୋଟେଲ ମାଲିକ, ଦୁଇ ହୋଟେଲ ମ୍ୟାନେଜର ସହ ଦୁଇ ଗ୍ରାହକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଯୁବତୀମାନଙ୍କୁ କୋଲକତାରୁ ଆଣି ହୋଟେଲରେ ରଖି ସେମାନଙ୍କୁ ଦେହ ବ୍ୟବସାୟରେ ଲିପ୍ତ କରାଯାଉଥିଲା। ଘଟଣାର ଅଧିକ ତଦନ୍ତ କରୁଛି ।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍