
କରଞ୍ଜିଆ ୧୫।୭: ଅଜଣା ବୋଲେରୋ ଧକ୍କାରେ ଜଣେ ମୃତ, ଜଣେ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ କରଞ୍ଜିଆ ମେଡିକାଲରେ ଭର୍ତ୍ତି କରାଯାଇଛି । କରଞ୍ଜିଆ ଠାକୁରମୁଣ୍ଡା ରୋଡ୍ କେନ୍ଦୁମୁଣ୍ଡି ନିକଟରେ ଘଟିଛି ଦୁର୍ଘଟଣା । ଠାକୁରମୁଣ୍ଡା ତରାମରା ଗାଁର ସରୋଜ ବିନ୍ଧାଣୀ ଓ ମିଟୁ ବିନ୍ଧାଣୀ ବାଇକ୍ ଯୋଗେ ତରାମରାରୁ ପାଳସାପୋଷି ଗାଁକୁ ଚାଷ କାମ ପାଇଁ ଆସୁଥିବା ବେଳେ କେନ୍ଦୁମୁଣ୍ଡି ନିକଟ ଏକ ଢ଼ାବା ପାଖରେ ଏକ ଅଜଣା ବୋଲେରୋ ଧକ୍କା ଦେଇ ଫେରାର ହୋଇଯାଇଥିଲା । ଧକ୍କା ହେବା ଫଳରେ ବାଇକଟି ଏକ ଗଛରେ ପିଟି ହୋଇ ବିଲ ମଝିରେ ଛିଟିକି ପଡିଥିଲା । ଘଟଣାସ୍ଥଳରେ ସରୋଜ ବିନ୍ଧାଣୀର ମୃତ୍ୟୁ ହୋଇଥିବା ବେଳେ ମିଟୁ ବିନ୍ଧାଣୀକୁ ଗୁରୁତର ଅବସ୍ଥାରେ କରଞ୍ଜିଆ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ କରଞ୍ଜିଆ ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍