July 8, 2025

ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପ୍ରତିବାଦରେ ନୀଳଗିରିରେ ବନ୍ଦ ପାଳନ

 

ନୀଳଗିରି ୧୫।୭: ସାରା ରାଜ୍ୟରେ ଡିଜେଲ ଓ ପେଟ୍ରୋଲ ଦର ବୃଦ୍ଧି ପ୍ରତିବାଦରେ ବାମପନ୍ଥୀ ଦଳ ସହ କଂଗ୍ରେସ ଦଳ ଓଡିଶା ବନ୍ଦ ଡାକରା ଦେଇଥିଲା। ଅନୁରୂପ ଭାବେ ନୀଳଗିରିରେ ମଧ୍ୟ ବନ୍ଦ ପାଳନ ହୋଇଛି। ବାଇପାସ ଛକରେ ରାଜ୍ୟରାଜପଥ ବନ୍ଦ କରାଯିବା ସହ ସହରରେ ଦୋକାନ ବଜାର ଓ ସରକାରୀ ଅଫିସ ବନ୍ଦ କରାଯାଇଥିବା ଦେଖିବାକୁ ମିଳିଥିଲା । ଏହି ବିକ୍ଷୋଭରେ ସିପିଆଇଏମ ନେତା ଯୋଗାନନ୍ଦ ଦାସ, ବିଜୟ ପାତ୍ର, ସିପିଆଇ ନେତା ନିରଞ୍ଜନ ବାରିକ, କଂଗ୍ରେସ ନେତା ଯଶୋଦାନନ୍ଦନ ସିଂହ, ଉପେନ୍ଦ୍ର ବେହେରା ପ୍ରମୁଖ ନେତୃତ୍ବ ନେଇଥିଲେ। ତିନିଦଳର ବହୁ କର୍ମୀ ଏଥିରେ ସାମିଲ ହୋଇଥିଲେ।

Spread the love