
ଭୁବନେଶ୍ବର: ନର୍ସମାନଙ୍କୁ ଉନ୍ନତ ମାନର ତାଲିମ ଦେବା ଲାଗି ସରକାରୀ ‘ଏଏନ୍ଏମ୍’ କଲେଜ ସବୁ ସମର୍ଥ ଥିବା ବେଳେ ଘରୋଇ ‘ଏଏନ୍ଏମ୍’ ନର୍ସିଙ୍ଗ୍ ତାଲିମ ବ୍ୟବସ୍ଥାରେ ବହୁବିଧ ସମସ୍ୟା ଦେଖାଦେଉଛି। ତେଣୁ, ସେମାନଙ୍କ ଦକ୍ଷତା ବୃଦ୍ଧି କରି କର୍ମସଂସ୍ଥାନ ପାଇବା ଉପଯୋଗୀ କରିବା ଲାଗି ଭୁବନେଶ୍ବରରେ ‘ଅରେଞ୍ଜ୍ କ୍ରସ୍’ ଏକ ତିନିମାସିଆ ତାଲିମ କାର୍ଯ୍ୟକ୍ରମ ଆରମ୍ଭ କରିଛି।
ଦଳେ ଡାକ୍ତର, ବରିଷ୍ଠ ନର୍ସ, ପାରାମେଡିକାଲ୍ ଟ୍ରେନର୍ ଏବଂ ଇଣ୍ଡଷ୍ଟ୍ରି ପ୍ରାକ୍ଟିସନର୍ମାନେ ଏହି ତାଲିମ ଦେଉଛନ୍ତି। ଏଥିରେ ଥିଓରି, ଲାବ୍ରଟରି ଟ୍ରେନିଙ୍ଗ୍, ଡାକ୍ତରୀ ଉପକରଣ ଟ୍ରେନିଙ୍ଗ୍ ଏବଂ ହସ୍ପିଟାଲ୍ ଟ୍ରେନିଙ୍ଗ୍ ପ୍ରଦାନ କରାଯାଉଛି। ଏଥିପାଇଁ ‘ଅରେଞ୍ଜ କ୍ରସ୍’ ଭୁବନେଶ୍ବରରେ କେତେକ ହସ୍ପିଟାଲ୍ ସହ ଅନୁବନ୍ଧିତ ହୋଇଛି। ‘ଏଏନ୍ଏମ୍’ ନର୍ସମାନଙ୍କୁ ‘ଅନ୍ ଦି ଜବ୍’ ଟ୍ରେନିଙ୍ଗ୍ ନେବା ପାଇଁ ସେହି ଡାକ୍ତରଖାନାମାନଙ୍କୁ ପଠାଯାଉଛି।
ତାଲିମରେ ଯୋଗ ଦେବା ନିମନ୍ତେ ‘ଅରେଞ୍ଜ୍ କ୍ରସ୍’ ସୁଦୂର ଓଡ଼ିଶାରେ ଥିବା ‘ଏଏନ୍ଏମ୍ଏନ୍’ ନର୍ସମାନଙ୍କ ଠାରୁ ଆବେଦନ ପତ୍ର ଗ୍ରହଣ କରୁଛି। ପ୍ରତି ବ୍ୟାଚ୍ରେ ୨୫ ରୁ ୩୦ଜଣଙ୍କୁ ବାଛିବା ଲାଗି ସାକ୍ଷାତ୍କାର କରାଯାଉଛି। ମନୋନୀତ ନର୍ସମାନଙ୍କ ନିମନ୍ତେ ମାଗଣାରେ ରହିବା ଓ ଖାଇବା ବନ୍ଦୋବସ୍ତ କରାଯାଇଛି। ଓଡ଼ିଶା ସରକାରଙ୍କ ‘ଓଡ଼ିଶା ସ୍କିଲ୍ ଡେଭ୍ଲପ୍ମେଣ୍ଟ୍ ଅଥରିଟି’ ଏହି ତାଲିମ ପ୍ରକ୍ରିୟା ବ୍ୟୟ ବହନ କରୁଛି। ଗତ ୨ ବର୍ଷ ହେବ ‘ଅରେଞ୍ଜ୍ କ୍ରସ୍’ କମ୍ପାନି ପ୍ରାୟୋଜିତ ୩ଟି ଓ ‘ଓଏସ୍ଡିଏ’ ପ୍ରାୟୋଜିତ ୫ଟି ବ୍ୟାଚ୍ରେ ସମୁଦାୟ ୧୮୦ଜଣ ନର୍ସଙ୍କୁ ତାଲିମ ଦେଇ ସାରିଲାଣି।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍