ବଲାଙ୍ଗୀର ୨୯।୦୭: ଗାଁକୁ ରାସ୍ତା ଅଭାବ । ଷ୍ଟ୍ରେଚରେ ୩ କିମି ବୁହା ହୋଇ ଆଣିଲେ ଆମ୍ବୁଲାନ୍ସ କର୍ମଚାରୀ । ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ ଭିରକାପଡ଼ା ଗାଁର ଘଟିଛି ଘଟଣା । ଆମ୍ବୁଲାନ୍ସ କର୍ମଚାରୀଙ୍କ ଏପରି କାର୍ଯ୍ୟକୁ ବେଶ ପ୍ରଶଂସା କରିଛନ୍ତି ସ୍ଥାନୀୟ ଅଞ୍ଚଳବାସୀ ।
ଖବର ଅନୁଯାୟୀ, ଭିରକାପଡ଼ା ଗାଁର ୫୫ ବର୍ଷୀୟ ପ୍ରସନ୍ନ ଛାତ୍ରୀଆଙ୍କ ଦେହ ଗୁରୁତର ହୋଇଥିଲା । ତାଙ୍କୁ ଡାକ୍ତରଖାନା ନେବା ପାଇଁ ଆମ୍ବୁଲାନ୍ସକୁ ଫୋନ କରିଥିଲେ ପରିବାର ଲୋକ। ଠିକ ସମୟରେ ଆମ୍ବୁଲାନ୍ସ ଆସିଥଲେ ମଧ୍ୟ ଗାଁକୁ ପ୍ରବେଶ କରି ପାରିନଥିଲା । ଶେଷରେ ୩ କିଲୋମିଟର ଦୂରରେ ରହି ଯାଇଥିଲା ଆମ୍ବୁଲାନ୍ସ। ତେବେ ଏଭଳି ପରିସ୍ଥିତିରେ ଆମ୍ବୁଲାନ୍ସ କର୍ମଚାରୀ ହାର ନ ମାନି ଷ୍ଟ୍ରେଚର ଚାଲି ଚାଲି ଦାବିଜୁରୀ ରୁ ଭିରକାପଡାକୁ ଯାଇ ସେଠାରୁ ରୋଗୀଙ୍କୁ ବୋହିକି ଆଣିଥିଲେ। ଗାଁ କିଛି ଲୋକ ଓ ପରିବାର ଲୋକଙ୍କ ସହ ରୋଗୀଙ୍କୁ ଡକ୍ଟରଖାନାକୁ ନିଆଯାଇଥିଲା ।
ସୂଚନାଯୋଗ୍ୟ ଯେ, ତେବେ ଏହି ଗାଁରେ ୪୦ ପରିବାର ରହୁଥିବା ବେଳେ ଦୀର୍ଘ ବର୍ଷ ହେଲା ଗାଁକୁ ରାସ୍ତା ନାହିଁ। ଲୋକ ବାରମ୍ବାର ଅଭିଯୋଗ ପରେ ମଧ୍ୟ ପ୍ରଶାସନ ନଜର ଦେଉନଥିବା ଅଭିଯୋଗ ହେଉଛି । ଆମ୍ବୁଲାନ୍ସ କର୍ମଚାରୀଙ୍କ ଏଭଳି କାର୍ଯ୍ୟକୁ ବେଶ ପ୍ରଶଂସା କରିଛନ୍ତି ସ୍ଥାନୀୟ ଅଞ୍ଚଳ ବାସୀ। ସେପଟେ ଏ ନେଇ ବିଡ଼ିଓ ଙ୍କ ମତାମତ ପାଇଁ ଯୋଗାଯୋଗ କରିଥିଲୁ, କିନ୍ତୁ ସେ କୌଣସି ବୈଠକରେ ଥିବା କହିଥିଲେ ବ୍ଲକ କର୍ମଚାରୀ। ତୁରନ୍ତ ଜିଲ୍ଲା ପ୍ରଶାସନ ଏଦିଗରେ ଧ୍ୟାନ ଦେବା ସହ ଗାଁ ଲୋକଙ୍କ ସମସ୍ୟାର ସମାଧାନ କରିବା ଜରୁରୀ ହୋଇଛି।
More Stories
୨ଟି ରାଜ୍ୟର ଅଧ୍ୟକ୍ଷ ଓ ୬ଟି ରାଜ୍ୟର ପ୍ରଭାରୀ ନିଯୁକ୍ତ କଲା ବିଜେପି
କୌଣସି ପ୍ରସଙ୍ଗରେ ବିଜେପିକୁ ସମର୍ଥନ କରିବା ନାହିଁ ବିଜେଡି
ଜୁନ ୨୫କୁ କଳା ଦିବସ ପାଳନ କରିବ ବିଜେପି