
ଧର୍ମଗଡ ୨୯।୭: ବିଳମ୍ବିତ ରାତିରେ ଘରେ କଳାକନା ବୁଲାଇଲେ ଚୋର । ଲକ୍ଷାଧିକ ଟଙ୍କା ସହ ସୁନା ଗହଣା ଚୋରୀ ଅଭିଯୋଗ ହୋଇଛି । କଳାହଣ୍ଡି ଜିଲ୍ଲା ଧର୍ମଗଡ ଥାନା ଅନ୍ତର୍ଗତ ବଗଡା ଗାଁରେ ବିଳମ୍ବିତ ରାତିରେ ଘଟିଛି ଘଟଣା । ଋଷିମଣୀ ନିଆଲଙ୍କ ଘରେ ସମସ୍ତେ ଶୋଇଥିବା ବେଳେ ରାତିରେ ଘର ପଛପଟ ଝରକାର ଗ୍ରୀଲ ଭାଙ୍ଗି ଚୋର ୧୪ ଭରି ସୁନା, ୩୪ ଭରି ରୂପା ଏବଂ ନଗଦ ୨ ଲକ୍ଷ ୩୦ ହଜାର ଟଙ୍କା ଚୋରି କରି ନେଇଥିବା ଧର୍ମଗଡ ଥାନାରେ ଏତଲା ଦିଆଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍