April 18, 2025

ପ୍ରେମିକାକୁ ପୋଡ଼ି ମାରିବା ଘଟଣା : ମୃତ୍ୟୁ କାଳୀନ ଜମାନବନ୍ଦୀ ବୟାନ ଆଧାରରେ ଚାଲିଛି ତଦନ୍ତ, ଖୁବଶୀଘ୍ର ପଦାକୁ ଆସିବ ସତ

 

ବ୍ରହ୍ମପୁର ୨୯।୦୭: ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ପ୍ରତାପପୁର ଗାଁରେ ଯୁବତୀଙ୍କୁ ପୋଡିହୋଇ ମୃତ୍ୟୁ ଘଟଣା  । ମୃତ୍ୟୁ କାଳୀନ ଜମାନବନ୍ଦୀ ବୟାନକୁ ଆଧାର କରି ଘଟଣାର ତଦନ୍ତ ଚାଲିଛି । ଯୁବକ ଜଣକ ଘଟଣାସ୍ଥଳରେ ଥିଲେ ନା ପୁରୁଷୋତ୍ତମପୁରରେ ଥିଲେ ତାହାର ବି ତଦନ୍ତ ଚାଲିଛି । ବୈଷୟିକ ଞାନ କୌଶଳ ଏବଂ ସାଇଣ୍ଟିଫିକ ଟିମ୍‌ର ଛାନଭିନ୍ ଅନୁଯାୟୀ ତଦନ୍ତ ଜାରି ରହିଛି। ଖୁବ୍ ଶୀଘ୍ର ଘଟଣାର ସତ୍ୟାସତ୍ୟ ଜଣାପଡିବ। ଏନେଇ ସୂଚନା ଦେଇଛନ୍ତି ଗଞାମ ଏସ୍‌ପି ବ୍ରିଜେଶ୍ ରାଏ।

ଖବର ଅନୁଯାୟୀ, ୨୦୧୫ ମସିହାରୁ ସଂପୃକ୍ତ ଯୁବକ-ଯୁବତୀଙ୍କ ମଧ୍ୟରେ ପ୍ରେମ ସଂପର୍କ ଥିଲା । ଉଭୟ ବିବାହ କରିବାର ନିଷ୍ପତ୍ତି ବି ନେଇଥିଲେ ।  କିନ୍ତୁ ବିବାହରେ ବାଧକ ସାଜିଥିଲା ଜାତି । ଯୁବତୀ ଜଣଙ୍କ ବ୍ରାହ୍ମଣ ଜାତିର ଏବଂ ଯୁବକ ଜଣଙ୍କ ଖଣ୍ଡାୟତ ଜାତିର ଥିଲେ । ଯୁବକଙ୍କ ରୋଜଗାର ସେତେଟା ଭଲ ନଥିଲା । କିନ୍ତୁ ବିବାହ ପାଇଁ ବାରମ୍ବାର ଯୁବତୀ ଜଣଙ୍କ ବାଧ୍ୟ କରୁଥିଲେ । ଏ ନେଇ ଉଭୟଙ୍କ ମଧ୍ୟରେ ବେଳେ ବେଳେ ପାଟିତୁଣ୍ଡ ହେଉଥିଲା । ମଙ୍ଗଳବାର ଦିନ ଯୁବତୀଙ୍କୁ ଯୁବକ ଜଣଙ୍କ ତାଙ୍କ ଗାଁ ନିକଟକୁ ଡାକିଥିଲେ । ସେଠାରେ ଯୁବକ ଜଣଙ୍କ ଯୁବତୀଙ୍କ ଉପରେ ସ୍ପିରିଟ୍ ଢାଳି ପୋଡି ଦେଇଥିଲେ । ଏହି ଘଟଣାରେ ଅଭିଯୁକ୍ତ କୃଷ୍ଣଚନ୍ଦ୍ର ସାହୁଙ୍କୁ ଗିରଫ କରି ପୁରୁଷୋତ୍ତମପୁର ଥାନାରେ ପଚରାଉଚରା କରୁଛି ପୋଲିସ ।

Spread the love