
ମହାକାଳପଡା ୨୯।୭: କେନ୍ଦ୍ରାପଡା ଜିଲ୍ଲା ଉପକୂଳବର୍ତ୍ତୀ ଅଞ୍ଚଳରେ ବିରଳ ପ୍ରଜାତିର ଲାଲ ରଙ୍ଗର ବଗ ଦେଖିବାକୁ ମିଳିଛି । ଯାହାକୁ ନେଇ ପରିବେଶପ୍ରେମୀ ମନରେ ଆନନ୍ଦ ପ୍ରକାଶ ପାଇଛି । ଗହୀରିମଥା ସାମୁଦ୍ରିକ ଅଭୟାରଣ୍ୟ, ବଣ୍ୟପ୍ରାଣୀ ଲୁଣା ଜଙ୍ଗଲ ଜମ୍ବୁ ରେଞ୍ଜ ଅଧିନରେ ଥିବା ଲୁଣା ଜଙ୍ଗଲ ଓ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ବିଶେଷ କରି ଧଳା, କଳା, ଧୂଷର ଆଦି ରଙ୍ଗର ବଗ ଦେଖିବାକୁ ମିଳେ ।
ପ୍ରଥମ ଥର ପାଇଁ ମହାକାଳପଡା ବ୍ଲକର ଛପାଲି ଅଞ୍ଚଳର ଦୃଶ୍ୟ ଏକ ଚାଷ ଜମିରେ ଏହି ଲାଲ ରଙ୍ଗର ବଗର ସନ୍ଧାନ ମିଳିଛି । ସମୟକ୍ରମେ ଏହି ରଙ୍ଗର ବଗର ବଂଶ କ୍ରମେ ଲୋପ ପାଇଯାଇଥିଲା ।
ଏବେ ପୁଣି ଦେଖିବାକୁ ମିଳିଥିବାରୁ ଯାହାକି ବିଲୁପ୍ତ ଲାଲ ରଙ୍ଗର ବଗ ବଂଶ ବୃଦ୍ଧି ପାଇଁ ସରକାରୀ ଓ ବେସରକାରୀ ସ୍ତରରେ ଉଦ୍ୟମ ହେବା ଜରୁରୀ ହୋଇପଡିଛି ।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍