November 22, 2024

Satya News

odia news channel

ଦୁଷ୍କର୍ମକାରୀଙ୍କୁ ୧୦ବର୍ଷ ଜେଲ୍‌ ସହ ୧୦ହଜାର ଜରିମନା : ପୀଡିତାଙ୍କୁ ଦେବେ ୨ଲକ୍ଷ ଟଙ୍କାର କ୍ଷତିପୂରଣ

 

କଟକ ୩୦।୭: ଦୁଷ୍କର୍ମକାରୀଙ୍କୁ ୧୦ ବର୍ଷ ଜେଲ୍ ଦଣ୍ଡ । ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଅଭିଯୁକ୍ତ ଗୋପାଳ ଦାସ । ଦଣ୍ଡାଦେଶ ଶୁଣାଇଛନ୍ତି କଟକ ପୋକ୍ସୋ କୋର୍ଟ । ଜେଲଦଣ୍ଡ ସହ ୧୦ ହଜାର ଟଙ୍କାର ଜରିମନା ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଜରିମନା ଅନାଦେୟ ଏକ ବର୍ଷ ଜେଲଦଣ୍ଡ ଅଧିକ ପାଇଁ କୋର୍ଟଙ୍କ ନିର୍ଦ୍ଦେଶ ରହିଛି । ପୀଡିତାଙ୍କୁ ଦୁଇ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ୧୭ଜଣ ସାକ୍ଷୀଙ୍କ ବୟାନକୁ ଆଧାର କରି ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ । ୨୦୧୬ ମସିହା ମେ’ ମାସରେ ବାରଙ୍ଗ ଅଞ୍ଚଳରେ ଘଟିଥିଲା ଏହି ଦୁଷ୍କର୍ମ ଘଟଣା ।

Spread the love