July 7, 2025

ହିମାଚଳ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁରଙ୍କୁ ଖଲିସ୍ତାନ ଆତଙ୍କବାଦୀଙ୍କ ଧମକ, ଜାତୀୟ ପତାକା ଉତ୍ତୋଳନ ନକରିବାକୁ ଚେତାବନୀ, ଭାଇରାଲ ଅଡିଓରେ ଭୟଙ୍କର ତଥ୍ୟ

 

ସିମଲା, ୩୧/୦୭ :     ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ଧମକ । ତ୍ରିରଙ୍ଗା ପତାକା ଉତ୍ତୋଳନ କଲେ ପରିସ୍ଥିତି ଭୟଙ୍କର ହେବ । ଏପରି କହି ଖଲିସ୍ତାନୀ ଆତଙ୍କବାଦୀମାନେ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁରଙ୍କୁ ଧମକ ଦେଇଛନ୍ତି । ଏକ ଫୋନ ରେକର୍ଡିଂ ଦ୍ୱାରା ଧମକ ଦିଆଯାଇଛି । ଯେଉଁ ଫୋନ୍ ରେକର୍ଡିଂ ସିମଲାର କିଛି ସାମ୍ନାଦିକଙ୍କୁ ପଠାଯାଇଥିଲା ।

ଧମକ ଦେଉଥିବା ବ୍ୟକ୍ତି ନିଜକୁ ଗୁରୁପତଓ୍ୱନ୍ତ ସିଂ ପାନୁମ କହୁଛନ୍ତି । ଏହାସହ ସେ ଏସଏଫଜେର ଜେନେରାଲ କାଉନସିଲର ବୋଲି ପରିଚୟ ଦେଉଛନ୍ତି । ଧମକପୂର୍ଣ୍ଣ କଲରେ ସେ କହୁଛନ୍ତି ଯେ, ସେମାନେ ଠାକୁରଙ୍କୁ ଜାତୀୟ ପତାକା ଉତ୍ତୋଳନ କରିବାକୁ ଦେବେ ନାହିଁ । ଶିଖ୍  ମାନଙ୍କୁ ନ୍ୟାୟ ଦରକାର । ଏହାସହ ସେ ଇଂରାଜୀରେ କହୁଛନ୍ତି ଯେ, ପୂର୍ବରୁ ହିମାଚଳ ପଞ୍ଜାବର ଅଂଶ ଥିଲା । ଏବେ ସେ ପଞ୍ଜାବ ପାଇଁ ରେଫରେଣ୍ଡମ୍ ମାଗିଛନ୍ତି । ଥରେ ସେ ପଞ୍ଜାବରେ ଶକ୍ତିଶାଳୀ ହେଲେ ହିମାଚଳକୁ ପୁଣି ଥରେ ମିଶାଇଦେବେ ବୋଲି ମଧ୍ୟ କହୁଛନ୍ତି ।

ଆହୁରି ମଧ୍ୟ ଧମକ ଦେଉଥିବା ବ୍ୟକ୍ତି କୃଷକ ଓ ଖଲିସ୍ତାନୀ ସମର୍ଥକଙ୍କୁ ହିମାଚଳ ମୁଖ୍ୟମନ୍ତ୍ରୀଙ୍କୁ ପତାକା ଉତ୍ତୋଳନ କରାଇ ନଦେବାକୁ ଆହ୍ୱାନ ଦେଇଛନ୍ତି । କେବଳ ସାମ୍ବାଦିକ ନୁହେଁ, ଆହୁରି ଅନେକ ବ୍ୟକ୍ତି ଏପରି କଲ୍ ପାଇଥିବା କହିଛନ୍ତି । ତେବେ ଏନେଇ ପୋଲିସ କୌଣସି ପ୍ରତିକ୍ରିୟା ଦେଇନାହିଁ । ତେବେ ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ ।

Spread the love