April 19, 2025

ଭୁବନେଶ୍ବରରେ ୧୦୦% ଟିକାକରଣ, ଜୁଲାଇ ଶେଷ ସୁଦ୍ଧା ଟାର୍ଗେଟ୍ ପୂରଣ : BMC ଅତିରିକ୍ତ କମିଶନର

 

ଭୁବନେଶ୍ବର ୩୧।୭: ଭୁବନେଶ୍ବରରେ ହେଲା ଶତ ପ୍ରତିଶତ ଟିକାକରଣ । ଜୁଲାଇ ଶେଷ ସୁଦ୍ଧା ଥିବା ଟାର୍ଗେଟ୍ ପୁରଣ ହୋଇଛି ବୋଲି ବିଏମସି ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ ସୂଚନା ଦେଇଛନ୍ତି ।

ବିଭିନ୍ନ ବର୍ଗରେ ମୋଟ୍ ୯ ଲକ୍ଷ ୭ ହଜାର ଲୋକଙ୍କୁ ଦୁଇଟି ଡୋଜ୍ ହିସାବରେ ୧୮ ଲକ୍ଷ ୧୪ ହଜାର ଡୋଜ୍ ଦେବାକୁ ଲକ୍ଷ୍ୟ ରଖାଯାଇଥିଲା । ତେବେ ଶୁକ୍ରବାର ସୁଦ୍ଧା ୧୮ ଲକ୍ଷ ୩୫ ହଜାର ୯୦୩ ଡୋଜ୍ ଟିକା ଦିଆଯାଇଛି । ସେଥିମଧ୍ୟରୁ ୧୦ ଲକ୍ଷ ୫୯ ହଜାର ୭୫୩ ଜଣ ପ୍ରଥମ ଡୋଜ୍ ନେଇସାରିଛନ୍ତି । ୭ ଲକ୍ଷ ୭୬ ହଜାର ୧୫୦ ଜଣ ଉଭୟ ଡୋଜ୍ ଟିକା ନେଇ ସାରିଛନ୍ତି ।

ତେବେ ଭୁବନେଶ୍ବରରେ କୋଭାକ୍ସିନ୍ ଟିକା ଦିଆଯାଉଥିବା ବେଳେ ଏଠାରେ ଟିକାର ଅଭାବ ନାହିଁ । ବର୍ତ୍ତମାନ ମଧ୍ୟ ସମସ୍ତ ଟିକା କେନ୍ଦ୍ର ଖୋଲା ରହିଛି । ଭୁବନେଶ୍ବର ରାଜଧାନୀ ହୋଇଥିବାରୁ ଏଠାକୁ ଦୈନିକ ବାହାରୁ ଅନେକ ଲୋକ ଆସନ୍ତି । ଟିକା ପାଇଁ କାହାକୁ ମନା କରାଯାଇପାରିବ ନାହିଁ। ଭୁବନେଶ୍ବରବାସୀଙ୍କୁ ପ୍ରାଥମିକତା ଭିତ୍ତିରେ ଟିକା ଦିଆଯାଇଛି । ବର୍ତ୍ତମାନ ବାହାରର ଲୋକଙ୍କୁ ମଧ୍ୟ ଟିକା ଦିଆଯାଉଛି।

Spread the love