September 15, 2025

ରାଜ୍ୟରେ ଆଜି କରୋନାରୁ ୧୭୭୩ ଆକ୍ରାନ୍ତ ସୁସ୍ଥ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୨୦

 

ଭୁବନେଶ୍ୱର: ରାଜ୍ୟରେ ଆଜି କରୋନା ଭାଇରସ୍ ସଂକ୍ରମଣରୁ ୧୭୭୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୨୦ ଜଣ ଅଛନ୍ତି । ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୫୯ ହଜାର ୬୦୧ରେ ପହଂଚିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି ।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଆଜି କଟକ ଜିଲ୍ଲାରୁ ୨୦୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଅନୁଗୁଳରୁ ୯୮, ବାଲେଶ୍ୱରରୁ ୯୭, ଯାଜପୁରରୁ ୮୬, କେନ୍ଦ୍ରାପଡ଼ାରୁ ୮୩, ଜଗତସିଂହପୁରରୁ ୮୧, ଢେଙ୍କାନାଳରୁ ୬୫, ନୟାଗଡ଼ରୁ ୬୧, ମୟୂରଭଂଜରୁ ୫୫ ଓ ପୁରୀରୁ ୫୧ ଜଣ ସୁସ୍ଥ ହୋଇଛନ୍ତି ।

ସେହିଭଳି ଭଦ୍ରକ, ସୁନ୍ଦରଗଡ଼ରୁ ୪୭ ଜଣ ଲେଖାଏଁ, କନ୍ଧମାଳରୁ ୨୫, ସମ୍ବଲପୁରରୁ ୨୩, ବରଗଡ଼ରୁ ୧୭, ମାଲକାନଗିରିରୁ ୧୩, ଗଂଜାମରୁ ୧୨, କୋରାପୁଟରୁ ୧୧, କେନ୍ଦୁଝରରୁ ୯, ଗଜପତି, ରାୟଗଡ଼ାରୁ ୮-୮, ବୌଦ୍ଧରୁ ୭, ଦେବଗଡ଼, କଳାହାଣ୍ଡି, ସୁବର୍ଣ୍ଣପୁରରୁ ୬ ଜଣ ଲେଖାଏଁ, ବଲାଙ୍ଗୀର, ଝାରସୁଗୁଡ଼ାରୁ ୫-୫, ନବରଂଗପୁରରୁ ୪ ଓ ରାଜ୍ୟପୁଲରୁ ୧୦୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

Spread the love