
ଭୁବନେଶ୍ବର ୦୧/୦୮ : ପର୍ଯ୍ୟଟକମାନଙ୍କ ପାଇଁ ଖୁସି ଖବର । ଆସନ୍ତା ଅଗଷ୍ଟ ୫ ତାରିଖରୁ ଖୋଲିବ ଭିତରକନିକା ଅଭୟାରଣ୍ୟ । କୋଭିଡ୍ କଟକଣା ସହିତ ଖୋଲିବ ଭିତରକନିକା ଅଭୟାରଣ୍ୟ । ଏ ନେଇ ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଅଗଷ୍ଟ ମାସ ପାଇଁ ନୂଆ ଗାଇଡଲାଇନ୍ ଆସିବା ପରେ ଭିତରକନିକା ଅଭୟାରଣ୍ୟ ଖୋଲିବାକୁ ନିଷ୍ପତ୍ତି ନେଇଛି ବନ ବିଭାଗ ।
ଭିତରକନିକା ଅଭୟାରଣ୍ୟ ଖୋଲିବା ସହିତ ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପର୍ଯ୍ୟଟକମାନଙ୍କ ପାଇଁ କିଛି ଗାଇଡଲାଇନ୍ ମଧ୍ୟ ଜାରି କରାଯାଇଛି । ଅଭୟାରଣ୍ୟ ମଧ୍ୟରେ ରାତ୍ରୀ ଯାପନ କରିପାରିବେନି ପର୍ଯ୍ୟଟକ ।ଡାଙ୍ଗମାଳ, ଖେଳା ଏବଂ ଗୁପ୍ତି ଦେଇ ଭିତରକନିକା ଯିବେ ପର୍ଯ୍ୟଟକ । କେବଳ ଦିନରେ ହିଁ ଅଭୟାରଣ୍ୟ ବୁଲିପାରିବେ । ସେଠାରେ କୌଣସି ହୋଟେଲ କିମ୍ବା ଲଜ୍ରେ ରାତ୍ରୀଯାପନ କରିପାରିବେ ନାହିଁ ପର୍ଯ୍ୟଟକ । କୋଭିଡ ନିୟମ ଉଲ୍ଲଂଘନ ହେଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍